fbpx

୭ ଦିନରେ ତିଆରି ହୋଇଯିବ ଏହି ଫସଲ! ବାଲକୋନୀଠୁ ଆରମ୍ଭ କରି ବେଡରୁମ୍, ସବୁଠି ଲଗାନ୍ତୁ; ଲକ୍ଷ ଲକ୍ଷ ଟଙ୍କା କମାନ୍ତୁ

ନୂଆଦିଲ୍ଲୀ: କଣ ଆପଣ ବି ଘରେ ବସି ମୋଟା ଅଙ୍କ ର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଏମିତିକି ଏକ ମାଷ୍ଟର୍ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଘରେ ବସି ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆଜିକାଲି ନୂତନ ସୂପରଫୁଡ୍ ମାଇକ୍ରୋଗ୍ରୀନ ଖୁବ୍ ଡିମାଣ୍ଡରେ ରହିଛି । କରୋନା କାଳରେ ଏହାର ଚାହିଦା ଖୁବ୍ ବୃଦ୍ଧି ପାଇଛି । କାରଣ ଲୋକମାନେ ପୋଷଣ ଥିବା ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି । ଫଳ ଓ ପନିପରିବା ତୁଳନାରେ ଏଥିରେ ୪୦ ଗୁଣ ଅଧିକ ପୋଷଣ ରହିଥାଏ । ତେଣୁ ଏହି ସମୟରେ ବଜାରରେ ଏହାର ଚାହିଦା ଅଚାନକ ବଢ଼ିଯାଇଛି । କିଛି ଲୋକ ଏହାର ବ୍ୟବସାୟ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

କଣ ଏହି ମାଇକ୍ରୋଗ୍ରୀନ?

ଯେକୌଣସି ଉଦ୍ଭିଦର ପ୍ରାରମ୍ଭିକ ପତ୍ରକୁ ମାଇକ୍ରୋଗ୍ରିନ କୁହାଯାଏ । ଉଦାହରଣ ସ୍ୱରୂପ, ମୂଳା, ସୋରିଷ, ମୁଙ୍ଗ ଏବଂ ଅନ୍ୟାନ୍ୟ ମଞ୍ଜିଗୁଡିକର ପ୍ରାରମ୍ଭିକ ପତ୍ରକୁ ମାଇକ୍ରୋଗ୍ରିନ କୁହାଯାଏ । ଏହାର ଲମ୍ବ ପ୍ରାୟ ୨-୩ ଇଞ୍ଚ ଅଟେ । ଏହି ପତ୍ରଗୁଡ଼ିକ ଆରମ୍ଭରେ ଆସିବା ମାତ୍ରେ ଭୂମିକୁ ବାଜିବା ପୂର୍ବରୁ କିଛି ଅଂଶ କାଟି ଦିଆଯାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ, ଯଦି ଆପଣ ପ୍ରତିଦିନ ମାତ୍ର ୫୦ ଗ୍ରାମ ମାଇକ୍ରୋଗ୍ରିନ ଖାଉଛନ୍ତି, ତେବେ ଆପଣଙ୍କ ଭିତରେ ଥିବା ସମସ୍ତ ପୋଷଣର ଅଭାବ ଦୂର ହୋଇଯିବ ।

ଏହାର ଚାଷ କରିବା ଖୁବ୍ ସହଜ । ଏହାକୁ କେହି ବି ଆରମ୍ଭ କରିପାରିବେ । ଏହାକୁ ଲୋକମାନେ ନିଜର ଘରର ବାଲକୋନି ଠାରୁ ଆରମ୍ଭ କରି ବେଡରୁମ୍ ପର୍ଯ୍ୟନ୍ତ ଲଗାଇପାରିବେ । ଏଥିପାଇଁ ମାଟି, ଜୈବକି ଖାଦ ଅଥବା ଘରେ ହିଁ ହେଉଥିବା ଉର୍ବରକ, ମଞ୍ଜିର ଆବଶ୍ୟକତା ହୋଇଥାଏ । ତେବେ ଏହାକୁ ସୂର୍ଯ୍ୟକିରଣରୁ ବଞ୍ଚାଇ ରଖିବା ନିହାତି ଦରକାର । ପ୍ରତିଦିନ ଅଳ୍ପ ପାଣି ଛିଞ୍ଚିବାକୁ ପଡ଼ିବ ଏହାକୁ ଏହାର କିଛି ଦିନ ପରେ ଗଛ ଉଠିବାକୁ ଲାଗିବ ।

Get real time updates directly on you device, subscribe now.