fbpx

ଅନ୍ତରୀଣ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍

କଟକ,୨୧ ।୧୧(ଓଡିଶା ଭାସ୍କର): ଅନ୍ତରୀଣ ପୋଲିସ ଡିଜିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି । କଟକ ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ନୂଆ ଡିଜିପି ଅଭୟ ଦାୟିତ୍ୱ ନେବା ଯାଏ ଦାୟିତ୍ୱ ତୁଲାଇବେ ସତ୍ୟଜିତ । ବି.କେ ଶର୍ମାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ସତ୍ୟଜିତ୍ ।

ତେବେ ସତ୍ୟଜିତ୍ ମହାନ୍ତି ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର । ଆସ୍ଥା ପ୍ରକଟ କରିଥିବାରୁ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ଆଇନ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ସତ୍ୟଜିତଙ୍କ ଦାୟିତ୍ୱ ଗ୍ରହଣ ବେଳେ ସେରିମୋନିଆଲ ସାଲ୍ୟୁଟ୍ ଉତ୍ସବ ଆୟୋଜିତ ହୋଇଥିଲା ।

Get real time updates directly on you device, subscribe now.