fbpx

ଶନିର ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ଶିବଲିଙ୍ଗରେ ନିଶ୍ଚିତ ଚଢ଼ାନ୍ତୁ ଏସବୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଶନିର ଅଶୁଭ ପ୍ରଭାବ ଯୋଗୁ ସାଧାରଣତଃ ଲୋକେ ଭୟଭୀତ ରହିଥାନ୍ତି । ଶନିର ଅଶୁଭ ପ୍ରଭାବ ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଧାର୍ମିକ ଭାବନା ଦୃଷ୍ଟିରୁ ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଦେବ ଦେବ ମହାଦେବଙ୍କ ପୂଜା-ଅର୍ଚ୍ଚନା କରିବା ଆବଶ୍ୟକ । ଭଗବାନ ଶଙ୍କରଙ୍କ ଆରାଧନା କରିବା ଦ୍ୱାରା ସବୁ ପ୍ରକାର ଦୋଷରୁ ମୁକ୍ତି ମିଳିଥାଏ । ସମ୍ପ୍ରତି ମକର, କୁମ୍ଭ ଓ ଧନୁ ରାଶିରେ ଶନି ସାଢ଼େସାତୀ ଚାଲୁଥିବାବେଳେ ମିଥୁନ ଓ ତୁଳା ରାଶିରେ ଶନି ଢେୟା ଚାଲୁଅଛି । ତେବେ ସାଢ଼େସାତୀ ଓ ଢେୟା ଚାଲୁଥିଲେ ଶନିଙ୍କ ଅଶୁଭ ପ୍ରଭାବ ଅଧିକ ରହିଥାଏ । ଅନ୍ୟପକ୍ଷରେ ପବିତ୍ର ଶ୍ରାବଣ ମାସ ଚାଲୁଥିବାରୁ ଭଗବାନ ଶଙ୍କରଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ଆବଶ୍ୟକ ।

ପ୍ରତିମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମାସିକ ଶିବରାତ୍ରି ପଡ଼ିଥାଏ । ତେବେ ଶ୍ରାବଣରେ ହେଉଥିବା ଏହି ତିଥିକୁ ଶ୍ରାବଣ ଶିବରାତ୍ରି କୁହାଯାଏ ଏବଂ ଏହାର ମହତ୍ୱ ଖୁବ୍ ଅଧିକ । ସେହି ଅନୁସାରେ ଚଳିତ ଅଗଷ୍ଟ ୬ରେ ଶ୍ରାବଣ ଶିବରାତ୍ରି । ଏହି ଅବସରରେ ମାତା ପାର୍ବତୀ ଏବଂ ଭୋଳାଶଙ୍କରଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ । ଆଉ ଭଗବାନ ଶିବଙ୍କ କୃପା ହେଲେ ଶନିର ଅଶୁଭ ପ୍ରଭାବରୁ ମୁକ୍ତି ମିଳିପାରିବ । ତେବେ ଶିବଲିଙ୍ଗ ଉପରେ କେଉଁ ସବୁ ସାମଗ୍ରୀ ଅର୍ପିତ କଲେ ପ୍ରଭୁ ପ୍ରସନ୍ନ ହୁଅନ୍ତି ଜାଣନ୍ତୁ:

ଜଳ: ଦେବଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ଶିବଲିଙ୍ଗରେ ଜଳ ଅର୍ପଣ କରିବା ।
କ୍ଷୀର: ଶିବଲିଙ୍ଗ ଉପରେ କ୍ଷୀର ଚଢ଼ାଇଲେ ମଧ୍ୟ ଭୋଳାବାବା ପ୍ରସନ୍ନ ହୋଇଥାନ୍ତି ।
ଚିନି: ଶିବଲିଙ୍ଗ ଉପରେ ଚିନି ଚଢ଼ାଇବା ମଧ୍ୟ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ଏହାଦ୍ୱାରା ଭୋଳାବାବା ସନ୍ତୋଷ ହୋଇଥାନ୍ତି ।
କେସର: କେସର ମଧ୍ୟ ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ମିଳିଥାଏ ।
ଅତର: ଶିବଲିଙ୍ଗ ଉପରେ ଅତର ମଧ୍ୟ ଅର୍ପଣ କରାଯାଇଥାଏ । ଏହାଦ୍ୱାରା ଦେବଦେବ ଖୁସି ହୋଇଥାନ୍ତି ।
ଦହି: ଦହି ଅର୍ପଣ କରିବା ଦ୍ୱାରା ଶିବକୃପା ପ୍ରାପ୍ତି ହୋଇଥାଏ ।
ଦେଶୀ ଘିଅ: ଶିବଲିଙ୍ଗ ଉପରେ ଦେଶୀ ଘିଅ ଅର୍ପଣ କରିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ।
ଚନ୍ଦନ: ଶିବଲିଙ୍ଗ ଉପରେ ଚନ୍ଦନ ନିଶ୍ଚିତ ଭାବେ ଅର୍ପଣ କରିବା ଦରକାର । ଏହା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ ।
ମହୁ: ଶିବଲିଙ୍ଗ ଉପରେ ମହୁ ଅବଶ୍ୟ ଅର୍ପଣ କରାଯାଏ ।
ଭାଙ୍ଗ: ଶିବଲିଙ୍ଗ ଉପରେ ଭାଙ୍ଗ ମଧ୍ୟ ଅର୍ପଣ କରାଯାଏ । ଫଳରେ ଭଗବାନ ଶଙ୍କର ପ୍ରସନ୍ନ ହୋଇଥାନ୍ତି ।

Get real time updates directly on you device, subscribe now.