fbpx

PAN ଅପଡେଟ ନ କଲେ ବନ୍ଦ ହୋଇଯିବ SBI ଆକାଉଣ୍ଟ! କ’ଣ ଏହି ଭାଇରାଲ ମେସେଜର ସତ୍ୟତା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI)ରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି ସତର୍କ ହୋଇଯାଆନ୍ତୁ । SBI ଆକାଉଣ୍ଟକୁ ନେଇ ସୋସିଆଲ ମିଡିଆରେ ଏକ ମେସେଜ ଖୁବ ଭାଇରାଲ ହେବାରେ ଲାଗିଛି । ଗ୍ରାହକମାନେ ନିଜ ପାନ୍ ନମ୍ବର ଅପଡେଟ ନ କଲେ ସେମାନଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ମେସେଜ ଭାଇରାଲ ହେଉଛି । ତେବେ ଏହି ଗୁଜବକୁ ନେଇ ପ୍ରକୃତ ସତ୍ୟତା ସାମନାକୁ ଆଣିଛନ୍ତି ସରକାର ।

ଭାଇରାଲ ହେଉଥିବା ଏହି ମେସେଜରେ କୁହାଯାଇଛି ଯେ, ଯଦି SBI ଗ୍ରାହକମାନେ ନିଜ ପାନ୍ କାର୍ଡ ଅପଡେଟ ନ କରନ୍ତି, ସେମାନଙ୍କ YONO ଆକାଉଣ୍ଟ ଆଜି ହିଁ ବନ୍ଦ କରି ଦିଆଯିବ । ଏହାପରେ ତଳେ ଏକ ଲିଙ୍କ ଜରିଆରେ ପାନ୍ ନମ୍ବର ଅପଡେଟ କରିବା ପାଇଁ ସୂଚନା ଦେଇଛି । ଭାରତର ପ୍ରେସ ଏଜେନ୍ସି (PIB) ଏହି ଭାଇରାଲ ମେସେଜକୁ ଫର୍ଜି ବା ଗୁଜବ ବୋଲି କହିଛନ୍ତି । ଫ୍ୟାକ୍ଟ ଚେକ୍ ଆକାଉଣ୍ଟରୁ ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛି PIB ।
ଏଥିସହ ଲୋକମାନଙ୍କୁ ସତର୍କ ସୂଚନା ମଧ୍ୟ ଜାରି କରିଛି ସଂସ୍ଥା । ଷ୍ଟେଟ ବ୍ୟାଙ୍କ ମେସେଜ ଜରିଆରେ କୌଣସି ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ ବୋଲି ସୂଚନା ଦେଇଛି । ତେବେ ଆପଣଙ୍କୁ ଯଦି କିଛି ଏମିତି ଖବର କିମ୍ବା ମେସେଜ ଆସୁଛି, ତେବେ ଆପଣ PIBର ଫ୍ୟାକ୍ଟ ଚେକକୁ ଗୁଜବର ସ୍କ୍ରିନସଟ, ଟ୍ୱିଟ, ଫେସବୁକ ପୋଷ୍ଟ କିମ୍ବା ହ୍ୱାଟ୍ସଆପ(+୯୧-୮୭୯୯୭୧୧୨୫୯) ନମ୍ବରକୁ ପଠାଇ ପାରିବେ । ନଚେତ [email protected] କୁ ଏସବୁ ଘଟଣା ମେଲ କରିପାରିବେ ।

Get real time updates directly on you device, subscribe now.