fbpx

ଗ୍ରାହକମାନଙ୍କୁ SBIର ସନ୍ଦେଶ, ନମାନିଲେ କଙ୍ଗାଳ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକମାନଙ୍କୁ ସନ୍ଦେଶ ପଠାଇଛି । ସନ୍ଦେଶରେ କୁହାଯାଇଛି ଯେ, ଗ୍ରହକମାନଙ୍କୁ ଅନଲାଇନ୍ ଠକେଇର ଶିକାରରୁ ରକ୍ଷାକରିବା ଏସବିଆଇର କର୍ତ୍ତବ୍ୟ । ଏଥିପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ, ନହେଲେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି ହେବାର ସମ୍ଭାବନା ରହିଛି । ଏନେଇ ଏହି ଦିଗ ପ୍ରତି ବିଶେଷ ଧ୍ୟାନ୍ ଦିଅନ୍ତୁ..

୧-ଆପଣ ମାନକ ନିୟମ ପାଳନ କରିବା ସହ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ବ୍ୟକ୍ତିଗତ ଓ ବ୍ୟାଙ୍କିଙ୍ଗ ବିଷୟରେ କିଛି ବି ବିବରଣୀ ଦିଅନ୍ତୁ ନାହିଁ ।

୨-ଇଏମଆଇ, ଡିବିଟି, ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ବା ଅନ୍ୟ କୌଣସି କେୟାର ଫଣ୍ଡ ପାଇଁ ଓଟିପି ବା ବ୍ୟାଙ୍କ ବିବରଣୀ ମାଗୁଥିବା କୌଣସି ଅନୌପଚାରିକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ।

୩-ନକଲି ଯୋଜନାରୁ ଦୂରେଇ ରୁହନ୍ତି । ଏସଏମଏସ, ଇମେଲ, ଚିଠି, ଫୋନ୍ କଲ ବା ବିଜ୍ଞାପନ ମାଧ୍ୟମରେ ଲଟରୀ, ପୁରସ୍କାର ଓ ଚାକିରି ସୁଯୋଗ ପ୍ରଦାନ କରୁଥିବା ଯୋଜନା ପ୍ରତି ସାମଧାନ ରୁହନ୍ତୁ ।

୪-ଥରକୁ ଥର ବ୍ୟାଙ୍କ ସମ୍ବନ୍ଧିତ ପାସୱାର୍ଡକୁ ପରିବର୍ତ୍ତନ କରନ୍ତୁ ।

୫- ତେବେ ଏସବିଆଇ କର୍ମଚାରୀମାନେ ନିଜ ଗ୍ରାହକମାନଙ୍କର ବ୍ୟକ୍ତିଗତ ସୂଚନା, ପାସୱାର୍ଡ ଓ ଓଟିପିକୁ ଇ-ମେଲ କିମ୍ବା ମେସେଜ ଜରିଆରେ ପଠାନ୍ତି ନାହିଁ । ତେଣୁ ଏହି ଦିଗ ପ୍ରତି ସାମଧାନ ରୁହନ୍ତୁ ।

୬-ଏସବିଆଇ ସମ୍ବନ୍ଧୀୟ କୌଣସି ନମ୍ବର ଓ ଅନ୍ୟାନ ବିବରଣୀ ପାଇଁ କେବଳ ଏସବିଆଇର ୱେବସାଇଟ୍ ଫଲୋ କରନ୍ତୁ ।

୭-ଯଦି ଆପଣ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବା ସହ ନିକଟସ୍ଥ ଏସବିଆଇ ଶାଖା ସହ ସମ୍ପର୍କ କରନ୍ତୁ ।

Get real time updates directly on you device, subscribe now.