fbpx

SBI Festive Offer: ପାର୍ବଣ ଋତୁରେ ବଡ଼ ଘୋଷଣା କଲା SBI, YONO Appରେ କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତରଫରୁ ପାର୍ବଣ ଋତୁରେ ଏକ ବଡ଼ ଘୋଷଣା କରାଯାଇଛି । ଫେଷ୍ଟିଭ ସିଜିନରେ ଇଚ୍ଛୁକ ଗ୍ରାହମାନେ ବିନା କୌଣସି ପ୍ରୋସେସିଂ ଫିସ ସହ ଆକର୍ଷଣୀୟ ସୁଧ ହାରରେ ଏସବିଆଇର ଲୋନର ଫାଇଦା ଉଠାଇ ପାରିବେ । ପାର୍ବଣ ଋତୁରେ ପର୍ସନାଲ, କାର ବା ଗୋଲ୍ଡ ଲୋନ ପାଇଁ ଏସବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସାର୍ବଜନିକ କ୍ଷେତ୍ରର ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ ଏନେଇ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି ‘ଏସବିଆଇ ସହିତ ଏହି ପାର୍ବଣ ସିଜିନରେ ଜଶ୍ନ ମନାନ୍ତୁ ଓ ନିଜର ପ୍ରିୟଜନଙ୍କ ସହିତ ଆନନ୍ଦ ନିଅନ୍ତୁ । କାର, ପର୍ସନାଲ ଓ ଗୋଲ୍ଡ ଲୋନ ଉପରେ ବିନା ପ୍ରୋସେସିଂ ଫିସ, ଆକର୍ଷଣୀୟ ସୁଧ ହାର ପରି ବିଶେଷ ଅଫର ପ୍ରାପ୍ତ କରନ୍ତୁ । ଏସବିଆଇ ୟୋନୋ ଆପରେ ଆପଣ ଏହା ଆପ୍ଲାଏ କରନ୍ତୁ ବା banks.sbi ଭିଜିଟ୍ କରନ୍ତୁ ।

ବ୍ୟାଙ୍କର ଏହି ଘୋଷଣା ପରେ ଏବେ ଗ୍ରାହକଙ୍କୁ ଘର, କାର ଓ ଗହଣା କିଣିବା ଅଧିକ ସହଜ ହୋଇ ଯାଇଛି । ଏଥିସହିତ ଆଜାଦୀ କା ୭୫ ବର୍ଷ ପୂର୍ତ୍ତି ଅବସରରେ ଏସବିଆଇ ତରଫରୁ ଏକ ଖାସ୍ ସ୍କିମ ‘ଉତ୍ସବ ଡିପୋଜିଟ୍’ ଲଞ୍ଚ କରାଯାଇଛି । ଏହାର ଅନ୍ତିମ ତାରିଖ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରହିଛି । ଏହି ସ୍ପେଶାଲ ଏଫଡି ସ୍କିମରେ ଆପଣ ୭୫ ଦିନ ପର୍ଯ୍ୟନ୍ତ ଅର୍ଥ ଜମା କରି ଫାଇଦା ପାଇ ପାରିବେ । ଏହି ସ୍କିମରେ ଆପଣ ୧ ହଜାର ଦିନ ପାଇଁ ଜମା ଉପରେ ୬.୧୦ ପ୍ରତିଶତ ବାର୍ଷିକ ସୁଧ ପାଇପାରିବେ । ବରିଷ୍ଠ ନାଗରିକଙ୍କୁ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ମିଳିବ ।

Get real time updates directly on you device, subscribe now.