fbpx

ଉଡି ଉଡି କରୁଛନ୍ତି ଫୁଡ ଡେଲିଭରୀ: ନୂଆ ଟେକନିକକୁ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ

ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ତା ପରେ ଏବେ ଚାଲିଛି ପୂଜା ସିଜନ । ତେଣୁ ଅଧିକାଂଶ ସ୍ଥାନରେ ଏବେ ଏହି ଟ୍ରାଫିକ ସମସ୍ୟା ଭୋଗୁଛନ୍ତି ଲୋକେ । ଫଳରେ ନିଜ କାମରେ ପହଞ୍ଚିବା ଏମାନଙ୍କ ପାଇଁ ବିଳମ୍ବ ହୋଇଯାଉଛି । ତେବେ ଏହି ବିଳମ୍ବ ସାଧାରଣ ଲୋକଙ୍କ ପାଇଁ ବେଶୀ ଫରକ ପକାଇ ନପାରେ, କିନ୍ତୁ ଜଣେ ଡେଲିଭରୀ ବୟ ପାଇଁ ଏହା ଖୁବ ମହଙ୍ଗା ହୋଇପାରେ । ତେଣୁ ଏଥିରୁ ବଞ୍ଚିବା ପାଇଁ ଏକ ନୂଆ ଟେକନିକ ବାହାର କରିଛନ୍ତି ଜଣେ ଡେଲିଭରୀ ବୟ ।

ପବନରେ ଉଡି ଉଡି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଉଡି ଉଡି ଏକ ବଲଡିଙ୍ଗର ଚତୁର୍ଥ ମହଲାରେ ପହଞ୍ଚିଥିବା ଦେଖାଯାଇଛି । ତେବେସାଉଦି ଆରବର ଜଣେ ଡେଲିଭରୀ ଏଜେଣ୍ଟ ଏପରି କାରନାମା କରିଥିବା କୁହାଯାଉଛି । ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ପାଇଁ ସେ ଜେଟପ୍ୟାକର ବ୍ୟବହାର କରିଛନ୍ତି । ଏକ ବଡ ପ୍ୟାକେଟ ଧରି ଏହି ଜେଟପ୍ୟାକ ଦ୍ୱାରା ବଡ ବଡ ବିଲଡିଙ୍ଗରେ ପହଞ୍ଚି ଯାଉଥିବା ଏହି ଭିଡିଓରେ ଦେଖାଯାଇଛି । ତେବେ ଜେଟପ୍ୟାକରେ ଯିବା ବେଳେ ହେଲମେଟ ଏବଂ ସୁରକ୍ଷା ପାଇଁ ଅନ୍ୟାନ୍ୟ ଉପକରଣ ମଧ୍ୟ ପିନ୍ଧିଛନ୍ତି ।

ଏଭଳି ଟେକନିକକୁ ଆପଣେଇବା ଖୁବ ମହଙ୍ଗା ହୋଇପାରେ, ତେଣୁ ଅନେକ ଲୋକ କନଫ୍ୟୁଜ ହୋଇଯାଇଛନ୍ତି । ତେବେ ଫୁଡ ଡେଲିଭରୀ ବୟଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଫୁଡ ଡେଲିଭରୀ କରିବା ପାଇଁ ଏବେ ଏଜେଣ୍ଟ ମାନେ ବିଭିନ୍ନ ପ୍ରକାର ଟେକନିକ ଉପରେ କାମ କରୁଛନ୍ତି । ତେଣୁ ଏହା ମଧ୍ୟ ଏକ ଉପାୟ ହୋଇପାରେ ବୋଲି ଏବେ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.