fbpx

ଦୂର ହେବ ୟେସ୍ ବ୍ୟାଙ୍କର ସଙ୍କଟ ! ଜାଣନ୍ତୁ ନେଇ କଣ କହିଲେ ଏସବିଆଇ ଅଧ୍ୟକ୍ଷ?

ନୂଆଦିଲ୍ଲୀ,୭ ।୩: ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିବ ଏସବିଆଇ । ଏନେଇ ଆୟୋଜିତ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ସେ କହିଛନ୍ତି ଯେ, ‘ଅଂଶଧନ କିଣିବା ନେଇ ନ୍ୟାୟିକ ପ୍ରକ୍ରିୟା ଜାରି ହୋଇଛି । ୟେସ୍ ବ୍ୟାଙ୍କରେ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪୫୦ କୋଟି ଟଙ୍କାର ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି । ୟେସ୍ ବ୍ୟାଙ୍କ ପାଇଁ ୨୦,୦୦୦ କୋଟିର ଆବଶ୍ୟକତା ରହିଛି । ୟେସ୍ ବ୍ୟାଙ୍କରେ ନିବେଶ କରିବା ପାଇଁ ଏହା ଏକ ସୁଯୋଗ ।’

ତେବେ ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ୟେସ ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ଗତକାଲି ଷ୍ଟକ ମାର୍କେଟରେ ବ୍ୟାଙ୍କର ଶେୟାର ୫୦ ପ୍ରତିଶତ ଖସିଛି । ସ୍ଥିତି ଏମିତି ହୋଇଛି ଯେ, ଜଣେ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଫଳରେ ଟଙ୍କା ଉଠାଇବାକୁ ଏଟିଏମ୍ ଆଗରେ ଲୋକଙ୍କ ଭିଡ଼ ଜମିଛି । ତେବେ ଏହି ପ୍ରତିବନ୍ଧକ ୩୦ ଦିନ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ ।

Get real time updates directly on you device, subscribe now.