fbpx

ଏସବିଆଇ ପକ୍ଷରୁ ଆଉ ଏକ ଖୁସିଖବର

ଲକ-ଡାଉନ ମଧ୍ୟରେ ନିଜ ଗ୍ରାହକମାନଙ୍କୁ ଆଉ ଏକ ଖୁସି ଖବର ଆଣିଦେଇଛି ଏସବିଆଇ । ବର୍ତ୍ତମାନର ସୁଧହାରକୁ ପୁଣି ଥରେ ହ୍ରାସ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି, ଯାହାର ନୂଆ ହାର ମେ ୧୦ ତାରିଖରୁ ଲାଗୁ ହେବ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ସୁଧ ହାରକୁ ୦.୧୫ ପ୍ରତିଶତ ହ୍ରାସ କରିଛି । ଏହା ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷ ଏପ୍ରିଲ ମାସରେ ଏସବିଆଇ ୦.୩୫ ପ୍ରତିଶତ ହ୍ରାସ କରିଥିଲା । ସେହିପରି ଘର-ଅଟୋ ଓ ବ୍ୟକ୍ତିଗତ ଲୋନ୍ ସମ୍ପନ୍ଧରେ ଏସବିଆଇ ବଡ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଏମସିଏଲଆର ଉପରେ ଆଧାରିତ ଲୋନ ଉପରେ ଇଏମଆଇ ହ୍ରାସ ପାଇବ । ଏହା ପୂର୍ବରୁ କରୋନା ସଙ୍କଟରେ ଅର୍ଥନୀତିକୁ ବୃଦ୍ଧି କରିବାକୁ ଆରବିଆଇ ରେପୋ ହାରକୁ ୭୫ ପ୍ରତିଶତ ହ୍ରାସ କରିଥିଲା । ଏସବିଆଇର ଏହି ରିହାତି ପରେ ଘର ଲୋନରେ ଇଏମଆଇ ହ୍ରାସ ପାଇବ ।

Get real time updates directly on you device, subscribe now.