fbpx

ଆଜି ସାଢ଼େ ୬ ଘଣ୍ଟା ପାଇଁ ବନ୍ଦ ରହିବ SBIର ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅନଲାଇନ ବ୍ୟାଙ୍କିଂ ଆଜି ସାଢ଼େ ୬ ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ମଧ୍ୟରେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ କୌଣସି ଡିଜିଟାଲ ସେବା ମିଳିବ ନାହିଁ । ଆଜି ରାତି ୨ଟାରୁ ସକାଳ ୮.୩୦ ପର୍ଯ୍ୟନ୍ତ ବ୍ୟାଙ୍କ ଏହାର ଡିଜିଟାଲ ପ୍ଲାଟଫର୍ମର ଉନ୍ନତିକରଣ ନେଇ କାର୍ଯ୍ୟ କରୁଥିବାରୁ ଏହି ସମସ୍ୟା ଦେଖାଯିବ ବୋଲି ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ କୁହାଯାଇଛି ।

ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଂ, ୟେନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ଓ ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ । ତେବେ ଗ୍ରାହକମାନେ ଏସଏସଏସ ମାଧ୍ୟମରେ ସେମାନଙ୍କର ଆକାଉଣ୍ଟର ବାଲାନ୍ସ କିମ୍ବା ମିନି ଷ୍ଟେଟମେଣ୍ଟ ବିଷୟରେ ସୂଚନା ପାଇପାରିବେ । ବାଲାନ୍ସ ଜାଣିବା ପାଇଁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ‘BAL’ ଲେଖି ୦୯୨୨୩୭୬୬୬୬୬କୁ ମେସେଜ୍ ପଠାଇବାକୁ ପଡ଼ିବ । ଗ୍ରାହକମାନେ ଏହି ନମ୍ବରକୁ ମିସଡ୍ କଲ କରି ମଧ୍ୟ ଅନ୍ୟାନ୍ୟ ସେବା ପାଇ ପାରିବେ । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୧୧ ତାରିଖରେ ମଧ୍ୟ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ସେବା ଅବ୍ୟାହତ ହୋଇଥିଲା ।

Get real time updates directly on you device, subscribe now.