fbpx

ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜିଗଲେ SBI ଦେବ ଜରିମାନା: NCDRCଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଅଯଥାରେ ହଇରାଣ ନ କରିବା, ଉପଯୁକ୍ତ ସେବା ପ୍ରଦାନ କରିବା ନେଇ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏପରିକି ବ୍ୟାଙ୍କର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରୁଥିବା ଗ୍ରାହକଙ୍କ ଅଭିଯୋଗ ଦାଖଲ ପାଇଁ ଆରବିଆଇ ପକ୍ଷରୁ ନିୟମ ଲାଗୁ ହୋଇଛି । ଅନେକ ସମୟରେ ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ ଦ୍ୱାରା ମିସ୍ ହୋଇଯାଇଥାଏ । ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର ।

ସୂଚନା ମୁତାବକ, ଏଣିକି ଗ୍ରାହକ ବନ୍ଧକ ରଖିଥିବା ଜମିର କାଗଜପତ୍ର ଯଦି ହଜିଯାଏ ତେବେ ବ୍ୟାଙ୍କକୁ ଏଥିପାଇଁ ଜରିମାନା ଗଣିବାକୁ ପଡ଼ିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ନେଇ ଉପଭୋକ୍ତା ଫୋରମ ଓ ରାଜ୍ୟ ଆୟୋଗ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଲୋକମାନେ ଭରସା କରି ବ୍ୟାଙ୍କରେ ଟଙ୍କା, ମୂଲ୍ୟବାନ ସାମଗ୍ରୀ, ଜମିର କାଗଜପତ୍ର ରଖିଥାନ୍ତି । ମାତ୍ର ବେଳେବେଳେ ଏହି ସମସ୍ତ ଡକ୍ୟୁମେଣ୍ଟ ବ୍ୟାଙ୍କ ଦ୍ୱାରା ଗାଏବ୍ ହୋଇଯାଇଥାଏ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲୁଧିଆନାର ଲିଙ୍କ ରୋଡ଼ ଶାଖାରେ ଏପରି ଏକ ଘଟଣା ଘଟିଥିଲା । ଏହି ଶାଖାରେ ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜି ଯାଇଥିଲା । ଏବେ ବ୍ୟାଙ୍କକୁ ଏଥିପାଇଁ ଜରିମାନା ଦେବାକୁ ପଡ଼ିବ । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ଏହି ମାମଲାରେ ବ୍ୟାଙ୍କର ଅପିଲକୁ ଖାରଜ କରି ଏସବିଆଇକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ପୂର୍ବରୁ ବ୍ୟାଙ୍କ ପକ୍ଷରୁ ରାଜ୍ୟ ଆୟୋଗଙ୍କ ନିକଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାତ୍ର ରାଜ୍ୟ ଆୟୋଗ ମଧ୍ୟ ଯାଚିକାକୁ ଖାରଜ କରିଦେଇଥିଲେ । କାଗଜ ହଜିବା ପାଇଁ ୨୫ ହଜାର ଜରିମାନା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ପ୍ରଦାନ ନିଷ୍ପତ୍ତି ଉପରେ ଆୟୋଗ ମୋହର ମାରିଛନ୍ତି ।

Get real time updates directly on you device, subscribe now.