fbpx

ବଢିଆ ସୁଧ ସହ SBI ର ୪୦୦ଦିନ ବାଲା ଜବରଦସ୍ତ ସ୍କିମ୍‌, ଏହି ତାରିଖ ପର୍ଯ୍ୟନ୍ତ ମିଳିବ ଫାଇଦା

ନୂଆଦିଲ୍ଲୀ: ସମସ୍ତେ ନିଜ ରୋଜଗାରରୁ କିଛି ନା କିଛି ସଞ୍ଚୟ କରି ଏପରି ଯାଗାରେ ନିବେଶ କରିବାକୁ ଚାହାନ୍ତି ଯେଉଁଠି ସେମାନଙ୍କ ପଇସା ସୁରକ୍ଷିତ ରହିବା ସହ ଜୋରଦାର ରିଟର୍ଣ୍ଣ ମିଳୁଥିବ । ସୁରକ୍ଷିତ ନିବେଶ ଓ ଭଲ ରିଟର୍ଣ୍ଣ ଲାଗି ଏଫଡି ସ୍କିମ୍ ଲୋକମାନଙ୍କର ବେଶୀ ପ୍ରିୟ । ଏହିପରି ଏକ ଏଫଡି ସ୍କିମ୍ ହେଉଛି SBIର ଅମୃତ କଳସ ସ୍କିମ୍ ଯାହା ନିଜ ନିବେଶକଙ୍କୁ ଜବରଦସ୍ତ ସୁଧ ପ୍ରଦାନ କରିଥିାଏ । ଏହି ସ୍କିମ୍‌ରେ ଆପଣଙ୍କୁ ୪୦୦ଦିନ ପାଇଁ ନିବେଶ କରିବାକୁ ହୋଇଥାଏ ।
ଅମୃତ କଳସ ସ୍କିମ୍ SBI ଏପ୍ରିଲ୍ ୧୨ ୨୦୨୩ରେ ଲଞ୍ଚ କରିଥିଲା । ଏହାର ଲୋକପ୍ରିୟତାକୁ ଦେଖି ବ୍ୟାଙ୍କ ଏହାର ଅବଧିକୁ ବହୁବାର ବୃଦ୍ଧି କରିଛି । ଏବେ ପୁଣି ୪ର୍ଥ ଥର ଏହାର ଅବଧି ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛିି ବ୍ୟାଙ୍କ ଅର୍ଥାତ୍ ନିବେଶକଙ୍କ ହାତରେ ଆହୁରି ୬ ମାସ ସମୟ ଅଛି ।

ଅମୃତ କଳସ ସ୍କିମ୍‌ରେ ନିବେଶ କରିବା ଦ୍ୱାରା ବ୍ୟାଙ୍କ ପକ୍ଷରୁ ଜବରଦସ୍ତ ସୁଧ ଦିଆଯାଉଛି । ସାଧାରଣ ଗ୍ରାହକଙ୍କୁ ୭.୧% ହାରରେ ସୁଧ ମିଳୁଥିବା ବେଳେ ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ୭.୬% ସୁଧ ଦେଉଛି । ଏହି ସ୍କିମ୍‌ରେ ଟିଡିଏସ୍ କାଟି ମାଚ୍ୟୁରିଟି ସୁଧ ଗ୍ରାହକଙ୍କ ଖାତାରେ ଜମା କରି ଦିଆଯାଏ । ଏହି ସ୍କିମ୍‌ରେ ନିବେଶକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ।

ଏହା ବ୍ୟତିତ ଏଥିରେ ସମୟ ପୂର୍ବରୁ ପଇସା ଉଠାଇବାର ସୁବିଧା ବି ରହିଛି । ଅର୍ଥାତ୍ ଆପଣ ମାଚ୍ୟୁରିଟି ପୂର୍ବରୁ ବି ଆପଣଙ୍କ ଜମା ରାଶି ଉଠାଇ ପାରିବେ । ଅମୃତ କଳସ ସ୍କିମ୍‌ରେ ନିବେଶ କରିବା ପାଇଁ ଅଲଗା ପ୍ରଡକ୍ଟ କୋଡ୍‌ର ବି ଆବଶ୍ୟକତା ପଡିବ ନାହିଁ । ଅର୍ଥାତ୍ ଆପଣ Yono Banking App ର ବ୍ୟବହାର କରି ଏଥିରେ ନିବେଶ କରିପାରିବେ ।

ଏହି ଯୋଜନାରେ ଖାତା ଧାରକ ନିଜ ସୁଧ ମାସିକ, ତ୍ରୈମାସିକ, ଷଡମାସିକ କିମ୍ବା ପୁରା ବର୍ଷ ଆଧାରରେ ନେଇପାରିବ । ଏହା ବ୍ୟତିତ ଆପଣ ଆୟକର ନିୟମ ଅନୁସାରେ ଟିକସ ଛାଡ ଅନୁରୋଧ ପାଇଁ ଫର୍ମ ୧୫ ଜି କିମ୍ବା ୧୫ଏଚ୍‌ର ଉପଯୋଗ କରିପାରିବେ । ଏହି ଯୋଜନାରେ ୧୯ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ନାଗରିକ ଖାତା ଖୋଲିପାରିବେ ।

Get real time updates directly on you device, subscribe now.