କାର୍ ଓ ବାଇକ୍ କିଣୁଥିବା ଲୋକେ ହୁଅନ୍ତୁ ସାବଧାନ୍? ୩୧ ମାର୍ଚ୍ଚ ପରେ ବଦଳୁଛି ନିୟମ

News across the Earth, news close to your heart, Read Odisha Bhaskar English

ଯଦି ଆପଣ କାର୍ କି ବାଇକ୍ କିଣିବା ପାଇଁ ଭାବୁଛନ୍ତିି, ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ୩୧ ମାର୍ଚ୍ଚ ୨୦୨୦ ପରେ ବିଏସ୪ ବାହନ ବିକ୍ରି ହେବନାହିଁ । ଏନେଇ ଅଟୋମୋବାଇଲ ଡିଲରଙ୍କ ଆବେଦନ ଖାରଜ କରି ଆଜି କୋର୍ଟ କହିଛନ୍ତି ।

 

ଯଦି ଆପଣ କୌଣସି କାର୍ କି ବାଇକ୍ କିଣିବାକୁ ଯାଉଛନ୍ତି , ତେବେ ବିଏସ ନମ୍ବରକୁ ନେଇ ଆଲର୍ଟ ରୁହନ୍ତୁ । ଯଦି ୨ୟ ଥର ପାଇଁ କେଉଁ ଗାଡି କିଣୁଛନ୍ତି ତେବେ ବି ବିଏସ ପ୍ରତି ଧ୍ୟାନ ଦିଅନ୍ତୁ । ନହେଲେ ଆପଣଙ୍କୁ ବିଏସ୪ରୁ ବିଏସ-୬ରେ ଅପଗ୍ରେଡ କରିବାକୁ ପଡିପାରେ ।  ଅପଗ୍ରେଡେସନରେ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ତେବେ ଭାରତରେ ଗାଡି ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ବିଏସ ସାହାର୍ଯ୍ୟରେ ମପାଯାଇଥାଏ ।

Get real time updates directly on you device, subscribe now.