fbpx

ଜେଲ ଗଲେ ଅନୁପ ସାଏ

ସମ୍ବଲପୁର,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ କଳ୍ପନା ଓ ତାଙ୍କ ନାବାଳିକା ଝିଅକୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଥାତ୍ ବ୍ରଜରାଜନଗରର ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଜେଲ ଗଲେ ଅନୁପ । ପୂର୍ବରୁ ଜେଏମଏଫସି କୋର୍ଟରେ ଅନୁପଙ୍କୁ ହାଜର କରିଥିଲା ରାୟଗଡା ପୋଲିସ ।

ଉଲ୍ଳେଖଯୋଗ୍ୟ ଯେ ୨୦୧୬ରେ ମାଆ ଓ ଝିଅଙ୍କୁ ହତ୍ୟା ମାମଲାରେ ସେ ଗିରଫ ହୋଇଥିଲେ । ଏନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନାର ପୋଲିସ ତାଙ୍କ ଗିରଫକୁ ନେଇ ସୂଚନା ଦେଇଥିଲା । ସେହି ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗତକାଲି ଅଟକ ରଖି ପଚରାଉଚରା ମଧ୍ୟ କରୁଥିଲା । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.