fbpx

Live-In Relationship ରେଜିଷ୍ଟ୍ରେସନ ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: କହିଲେ ଏମିତି କଥା?

ନୂଆଦିଲ୍ଲୀ: ଆଜିର ସମାଜରେ ଲିଭ-ଇନ୍ ରିଲେସନସିପକୁ ନେଇ ସାରା ଦେଶରେ ଖୁବ ଚର୍ଚ୍ଚା ଲାଗି ରହିଛି । ତେଣୁ ଏହାର ରେଜିଷ୍ଟ୍ରେସନ ବାବଦରେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନକୁ ନେଇ ନୂଆ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଖଣ୍ଡପୀଠ ଏହି ମାମଲା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ଏହି ମାମଲାର ଶୁଣାଣି ସମୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । ଏହା ସହ ଓକିଲଙ୍କୁ ମଧ୍ୟ ସେ ତାଗିଦ କରିଛନ୍ତି ।

ସୂଚନା ଅନୁସାରେ, ଲିଭ-ଇନ୍ ରିଲେସନସିପ ରେଜିଷ୍ଟ୍ରେସନକୁ ଜରୁରୀ ବୋଲି ଘୋଷଣା ନେଇ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏହାକୁ ଖରାଜ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଓକିଲ ମମତା ରାଣୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଲିଭ-ଇନ ରିଲେସନରେ ରହୁଥିବା ଲୋକଙ୍କ ସହ କେନ୍ଦ୍ର ସରକାରଙ୍କର କ’ଣ ସମ୍ପର୍କ ରହିଛି? ଏହି ସମ୍ପର୍କକୁ ରେଜିଷ୍ଟର୍ଡ ହେଉ ବୋଲି ଆପଣ ଚାହୁଁଛନ୍ତି କି? ଆପଣ ଏମିତି ରିଲେସନରେ ରହୁଥିବା ଲୋକମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ନା ସେମାନଙ୍କୁ ଅଟକାଇବା ପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି । ଏହାପରେ କୋର୍ଟ କହିଛନ୍ତି ଯେ, ଏସବୁ ଅନର୍ଗଳ ବିଚାର ଯାହାକୁ ଅଦାଲତ ଲାଗୁ କରୁ ବୋଲି ଆପଣ ଚାହୁଁଛନ୍ତି ।

ତେବେ ଏଭଳି କେସକୁ ନେଇ ନାରାଜ ହୋଇ ଯାଇଥିଲେ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ । ତେଣୁ ମାମଲାକୁ ଖାରଜ କରିବା ସହ ସେ କହିଥିଲେ ଯେ, ଲୋକମାନେ ଅଦାଲତ କିଛି ମାମଲା ନେଇ ଚାଲି ଆସୁଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବେ ବୋଲି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଏଣିକି ଆବଶ୍ୟକ ହେଲେ ଏଭଳି ମାମଲା ବିରୋଧରେ ଜରିମାନା ଲାଗୁ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ । ତେବେ ଓକିଲ ମମତା ରାଣୀ ଏକ ପିଟିସନ ଦାୟର କରି ଲିଭ-ଇନ୍ ରିଲେସନକୁ ପଞ୍ଜିକରଣ ପାଇଁ ନିୟମ କରିବା ସହ କେନ୍ଦ୍ର ନିର୍ଦ୍ଦେଶ ଦେବା ପାଇଁ ଅପିଲ କରିଥିଲେ ।

Get real time updates directly on you device, subscribe now.