fbpx
BJD
BJD SKY
BJD SKY

ମାର୍ଚ୍ଚରେ ୟୁ ଟର୍ଣ୍ଣ ମାରି ଆସୁଛି ଥଣ୍ଡା: ନିର୍ଧୁମ ତାତି ପରେ ଫେରିବ ମୌସୂମୀ

ନୂଆଦିଲ୍ଲୀ: ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ବର୍ଷା ପରେ ବଦଳିଯାଇଛି ପାଣିପାଗ । ଏହାବ୍ୟତୀତ ଆଗାମୀ ଦିନମାନଙ୍କ ପାଇଁ ମଧ୍ୟ ପୂର୍ବାନୁମାନ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ମାର୍ଚ୍ଚରେ ଅଚାନକ ଏମିତି ପରିବର୍ତ୍ତନ ଉପରେ ମୌସୂମୀ ବିଭାଗ ସୂଚନା ଦେଇଛି ।

ଭାରତର ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ଅଚାନକ ବର୍ଷା ଯୋଗୁଁ ପଶ୍ଚିମା ଝଡ ଲାଗି ରହିଛି । ଏହା ଆକ୍ଟିଭ ହେବା ପରେ କିଛି ରାଜ୍ୟରେ ବର୍ଷା ସହିତ କୁଆପଥର ମାଡ ହୋଇଛି । ତେଣୁ ପାଣିପାଗରେ ପୁଣି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଝମାଝମ ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି, ତେଣୁ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ମୌସୂମୀ ଏଭଳି ଲାଗି ରହିବ ବୋଲି ସମ୍ଭାବନା ଜାରି ରହିଛି । ଆସନ୍ତା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡିକରେ କଳାବାଦଲ ଦେକାଯିବା ସହ ସମୟ ସମୟରେ ବର୍ଷା ହେବା ନେଇ ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପରିବର୍ତ୍ତିତ ପାଣିପାଗ ବିଭାଗ ଏବଂ ଥଣ୍ଡା ଯୋଗୁଁ ଲୋକମାନେ ସ୍ୱେଟର ଆଦି ବିଭିନ୍ନ ପ୍ରକାର ଶୀତବସ୍ତ୍ର ପିନ୍ଧୁଥିବା ନଜର ଆସିଛନ୍ତି ।

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ ୩୦-୪୦ କି.ମି/ଘଣ୍ଟା ପବନ ବହିବ ଏବଂ କୁଆପଥର ସହ ହାଲକା ବର୍ଷା ହୋଇପାରେ । ଏହା ବ୍ୟତୀତ ସର୍ବାଧିକ ତାପମାତ୍ରା ୨୬ଡିଗ୍ରୀ ଏବଂ ୧୬ ଡିଗ୍ରୀରେ ପହଞ୍ଚିପାରେ ସର୍ବନିମ୍ନ ତାପମାତ୍ରା । ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ପଶ୍ଚିମବଙ୍ଗ ଏବଂ ଉତ୍ତ-ପଶ୍ଚିମର କିଛି ରାଜ୍ୟରେ ମଧ୍ୟ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.