fbpx

ସୁପ୍ରିମକୋର୍ଟଙ୍କ ଶୁଣାଣି ପ୍ରତ୍ୟେକ ଭାରତୀୟ ଭାଷାରେ ଜାରି କରାଯିବା ଉଚିତ: CJIଙ୍କୁ ପ୍ରଶଂସା କଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାକୁ ଭାଷା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ତେବେ ସିଜେଆଇଙ୍କ ଏହି ମନ୍ତବ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ମୋଦୀ ଏକ ଭିଡିଓ ଶେୟାର କରିଛନ୍ତି । ଏଥିସହିତ ଯଦି ଏପରି ହୁଏ ତେବେ ଏହା ବହୁ ଲୋକଙ୍କୁ ସହାୟତା ପ୍ରଦାନ କରିବ ବୋଲି ମୋଦୀ କହିଛନ୍ତି ।

ସିଜେଆଇ କହିଥିଲେ, ଆମେମାନେ ଯେଉଁ ଲୋକଙ୍କ ପାଇଁ କାମ କରୁଛେ, ସେମାନଙ୍କ ପାଖରେ ଏହି ସେବା ପହଞ୍ଚାଇବାକୁ ହେଲେ ସେମାନଙ୍କ ଭାଷାରେ ତଥ୍ୟ ଦେବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଆମେ ଲୋକଙ୍କ ଭାଷାରେ ସେମାନଙ୍କ ସହ ସମ୍ପର୍କ ନ ରଖିବା ସେପର୍ଯ୍ୟନ୍ତ ଅଧିକାଂଶ ଲୋକ ଏଥିରୁ ବଞ୍ଚିତ ରହିଯିବେ । ସୁପ୍ରିମକୋର୍ଟର ଶୁଣାଣିର କପି ପ୍ରତ୍ୟେକ ଭାରତୀୟ ଭାଷାରେ ପହଞ୍ଚାଇବା ଆମର ପରବର୍ତ୍ତୀ ଉଦ୍ଦେଶ୍ୟ ହେବା ଦରକାର । ଯେ ପର୍ଯ୍ୟନ୍ତ ଆମେ ଦେଶର ନାଗରିକଙ୍କ ସହିତ କଥାବାର୍ତ୍ତା ନ କରିବା, ସେ ପର୍ଯ୍ୟନ୍ତ ଆମର କାର୍ଯ୍ୟ ୯୯ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ ।

ତେବେ ସିଜେଆଇଙ୍କ ଭାଷଣର ଏକ ଭିଡିଓ ମୋଦୀ ଶେୟାର କହି ଲେଖିଛନ୍ତି, ଏହା ଏକ ବହୁତ ଭଲ ପ୍ରଶଂସନୀୟ ବିଚାର । ନିକଟରେ ମାନନୀୟ ସିଜେଆଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ କ୍ଷେତ୍ରୀୟ ଭାଷାରେ ଉପଲବ୍ଧ କରାଇବା ନେଇ ମନ୍ତବ୍ୟ ଦେଇଥିଲେ । ଏଥିସହିତ ସେ ଏଥିପାଇଁ ଟେକନିକର ପ୍ରୟୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଦେଶର ଯୁବବର୍ଗ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୋଦୀ ଟ୍ୱିଟ୍ କରିଥିଲେ ।

Get real time updates directly on you device, subscribe now.