fbpx

ହକି ବିଶ୍ୱକପ୍ କ୍ରସଓଭର ଲଢ଼େଇ: ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ସ୍ପେନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ମାଟିରେ ଆୟୋଜନ ହେଉଛି ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ମାଟି ରଙ୍ଗବେରଙ୍ଗରେ ସଜେଇ ହେବା ସହ ଏହାର ପ୍ରଚାର ପାଇଁ ପାଇଁ ରାଜ୍ୟ ସରକାର କୋଟି କୋଟି ଅର୍ଥ ବ୍ୟୟ କରିଛନ୍ତି । ତେବେ ଏହା ମଧ୍ୟରେ ବିଶ୍ୱକପର ପୁଲ ପର୍ଯ୍ୟାୟ ମ୍ୟାଚ ସରିଥିବା ବେଳେ ଆଜି ସ୍ପେନ-ମାଲେସିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରସଓଭର ବା ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାର ଫଳାଫଳ ସାମ୍ନାକୁ ଆସିଛି ।

ଆଜିର ପ୍ରଥମ କ୍ରସଓଭର ମୁକାବିଲାରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ପେନ । ପେନାଲ୍ଟି ଶୁଟ ଆଉଟରେ ବିଜୟ ଲାଭ କରିଛି ସ୍ପେନ । ଏହି କ୍ରସଓଭର ମ୍ୟାଚରେ ୪-୩ ଗୋଲରେ ବିଜୟ ହାସଲ କରିଛି ସ୍ପେନ । ଆଜିର ମ୍ୟାଚରେ ସ୍ପେନ ବିଜୟ ହାସଲ କରିବା ପରେ ଏବେ କ୍ୱାର୍ଟର ଫାଇନାଲରେ ନୂଆ ଲଢ଼େଇରେ ଅବତୀର୍ଣ୍ଣ ହେବ ।

ହକି ବିଶ୍ୱକପର ଫର୍ମାଟ ଅନୁଯାୟୀ, ପ୍ରତ୍ୟେକ ପୁଲର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ପାଇଁ ଆଜିଠାରୁ କ୍ରସଓଭର ମୁକାବିଲା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ପୁଲ-ସି’ର ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନରେ ଥିବା ସ୍ପେନ, ପୁଲ-ଡି’ର ଦ୍ୱିତୀୟ ସ୍ଥାନରେ ଥିବା ଭାରତ ସହ ପୁଲ-ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଖେଳିବା ସ୍ଥିର ହୋଇଥିଲା ।

Get real time updates directly on you device, subscribe now.