fbpx

ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ, ବଙ୍ଗ ସରକାରକୁ SCଙ୍କ ତାଗିଦ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାରକୁ ବାଜିଛି ସୁପ୍ରିମ୍ କୋର୍ଟଙ୍କ ଛାଟ । ଦେଶର ସର୍ବୋଚ୍ଚ ଅଦାଲତ ତାଗିଦ୍ କରିଛନ୍ତି ଯେ ଆଉକିଛି ବି ବାହାନା କରନାହିଁ । ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା ।

ସୂଚନା ଅନୁସାରେ ଶୁକ୍ରବାର ଦେଶର ସର୍ବୋଚ୍ଚ ଅଦାଲତ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଏକ ସମସ୍ୟା ବା ଅନ୍ୟ କାରଣର ଆଳ ଦେଖାଅ ନାହିଁ । ବିଶେଷକରି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ପାଇଁ ତତ୍ପରତା ପ୍ରକାଶ କର ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.