fbpx

ଏହି ରାଜ୍ୟରେ ପ୍ରକାଶ ପାଇଲା ୧୦ମ ରେଜଲ୍ଟ, ସବୁ ପିଲା ପାସ୍

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ହରିୟାଣା ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛିି । ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇଛି । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ bseh.org.inରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ । ରେଜଲ୍ଟ ଅନଲାଇନ୍ ମୋଡରେ ଜାରି ହୋଇଛି । ତେବେ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ, ଯାହାର ରେଜଲ୍ଟ ଆଜି ଘୋଷଣା କରାଯାଇଛି ।

କରୋନାର ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ହୋଇପାରିଲା ନାହିଁ । .୧୩,୩୪୫ ପରୀକ୍ଷାର୍ଥୀ ଦଶମର ରେଗୁଲାର ପରୀକ୍ଷା ଦେଇଥାନ୍ତେ । ସେହିପରି ୧୧୨୭୮ ପ୍ରାର୍ଥୀଙ୍କୁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥାନ୍ତେ, କିନ୍ତୁ ବିନା ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଛି । ସବୁ ଛାତ୍ରଛାତ୍ରୀ ପାସ୍ ହେବା କାରଣରୁ ୧୦ମ ରେଜଲ୍ଟ ଶତ ପ୍ରତିଶତ ରହିଛି ।

Get real time updates directly on you device, subscribe now.