fbpx
BSKY
BJD SHG SKY
BJD YOUTH SKY

ବଡ଼ ଘୋଷଣା: ଅଗଷ୍ଟ ୧୭ରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହିତ କିଛି ନଦୀବନ୍ଧ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ନିକଟରେ ଘରୋଇ ଓ ସରକାରୀ ସ୍କୁଲ ଛୁଟି ଘୋଷଣା କରିଥିଲେ ।

ତେବେ ଏହା ମଧ୍ୟରେ ହିମାଚଳ ପ୍ରଦେଶ ସରକାର ବର୍ଷା କାରଣରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗତ ୭୨ ଘଣ୍ଟା ଧରି ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ସୁବେରେ ବାଦଲ ଫାଟିବା ସହ ଭୂସ୍ଖଳନ ଦେଖିବାକୁ ମିଳିଛି । ପଥର ଖସିବା କାରଣରୁ ରାଜ୍ୟର ୪ଟି ରାଜପଥ ଓ ୮୫୭ଟି ସଡ଼କ ପଥ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ନେଇ ଖବର ଶୁଣିବାକୁ ମିଳୁଛି ।

ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଗୋଟିଏ ପଟେ ଦେଶ ୭୭ତମ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଅନ୍ୟପକ୍ଷରେ ବର୍ଷା କାରଣରୁ ରାଜ୍ୟର ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରଶିକ୍ଷଣ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଥିଲା । ୧୬ ଓ ୧୭ ତାରିଖ ପାଇଁ ଏନେଇ ଡିଏମ ନିର୍ଦ୍ଦେଶନାମା ଜାରି କରିଥିଲେ ।

Get real time updates directly on you device, subscribe now.