fbpx

କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ସମୟ ପୂର୍ବରୁ କର୍ମଚାରୀଙ୍କୁ ମିଳିବ ବେତନ ଓ ପେନସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସମସ୍ତ କର୍ମଚାରୀଙ୍କ ହିତ ସାଧନ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥର କର୍ମଚାରୀଙ୍କୁ ସମୟ ପୂର୍ବରୁ ପେନସନ ଓ ବେତନ ମିଳିବ । ତେବେ ସବୁଠାରୁ ବଡ଼ କଥା ହେଉଛି ଦୁଇଟି ରାଜ୍ୟର କେନ୍ଦ୍ର କର୍ମଚାରୀ ଏହାର ଫାଇଦା ପାଇବେ । ଓଣମ ଓ ଗଣେଶ ପୂଜା ପୂର୍ବରୁ ସେମାନଙ୍କ ଆକାଉଣ୍ଟରେ ବେତନ ଓ ପେନସନ ରାଶି କ୍ରେଡିଟ କରାଯିବ ।

ଏକ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଉତ୍ସବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କେରଳ ଓ ମହାରାଷ୍ଟ୍ରର ଅବସରପ୍ରାପ୍ତ ଓ ସେବାରତ କର୍ମଚାରୀଙ୍କୁ ହିଁ ଏହାର ଫାଇଦା ମିଳିବ । ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଓ କେରଳରେ ଓଣମ ବଡ଼ ଧୁମଧାମରେ ପାଳିତ ହୋଇଥାଏ । ତେଣୁ ସରକାର ନିଜର ଅବସରପ୍ରାପ୍ତ ଓ ସେବାରତ କର୍ମଚାରୀଙ୍କୁ ସମୟ ପୂର୍ବରୁ ପେନସନ ଓ ସାଲାରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଓଣମ ଉତ୍ସବକୁ ଦୃଷ୍ଟିରେ ରଖି କେରଳର ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ ପେନସନ ଓ ବେତନ ଅଗଷ୍ଟ ୨୫ ତାରିଖରେ ପଠାଯିବ । ସେହିପରି ସେପ୍ଟେମ୍ବର ୨୭ ତାରିଖରେ ମହାରାଷ୍ଟ୍ରର ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ ବେତନ ଓ ପେନସନ ପଠାଯିବ । ଓଣମ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ୪ ହଜାର ଟଙ୍କାର ବୋନସ ପ୍ରଦାନ କରାଯିବ ବୋଲି କେରଳ ସରକାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.