ଓଲଟିଲା ସ୍କୁଲ ଗାଡ଼ି, ପିଲା ଆହତ
ଓଲଟି ପଡିଲା ସ୍କୁଲ ଗାଡ଼ି। ପିଲାଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ଆହତ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି। ପୋଲିସର ତଦନ୍ତ ଜାରି।
ନରସିଂହପୁର: ପୁଣି ଏକ ଦୁର୍ଘଟଣା। ରାସ୍ତାରେ ଓଲଟିପଡିଲା ସ୍କୁଲ ଗାଡି। ଗାଡିରେ ଥିଲେ ଅନେକ ଛୋଟଛୋଟ ପିଲା। ଏହି ଦୁର୍ଘଟଣାରେ ୫ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ଘଟିଛି ଯୋଡୁମୁ ଚକାମୁଣ୍ଡା ଠାରେ। ସ୍କୁଲ ପିଲାଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆହତ ହୋଇଥିବା ସମସ୍ତ ପିଲାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।