fbpx

ନାଇଜେରିଆରେ ଭୁଶୁଡ଼ିଲା ସ୍କୁଲ ଘର; ପୋତି ହୋଇଗଲେ ୧୦୦, ୨୧ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-କେନ୍ଦ୍ରୀୟ ରାଜ୍ୟରେ ଏକ ସ୍କୁଲ କୋଠା ଭୁଶୁଡ଼ି ପଡ଼ିବାରୁ ୧୦୦ ଜଣ ପୋତି ହୋଇଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଏବଂ ଏଏଫପି ନ୍ୟୁଜ୍ ଏଜେନ୍ସି ଭିନ୍ନ ଭିନ୍ନ ମୃତ୍ୟୁ ସଂଖ୍ୟା ଦେଇଛନ୍ତି । ନାଇଜେରିଆର ଖବରକାଗଜ ‘ପଞ୍ଚ୍’ ମୃତକଙ୍କ ସଂଖ୍ୟା ୧୭ ବୋଲି କହିଥିବା ବେଳେ ‘ଏଏଫପି’ କହିଛି ଯେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ଶୁକ୍ରବାର ସକାଳେ ରାଜଧାନୀର ସେଣ୍ଟ ଏକାଡେମୀ ସ୍କୁଲର କୋଠା ଭୁଶୁଡ଼ି ପଡ଼ିବା ସହ ସ୍କୁଲରେ ଉପସ୍ଥିତ ଥିବା ପିଲା ଏବଂ କର୍ମଚାରୀଙ୍କ ମଧ୍ୟରୁ ୧୦୦ ଜଣ ଏଥିରେ ଫସି ଯାଇଥିଲେ । ନାଇଜେରିଆର ନ୍ୟାସନାଲ ଇମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି (ନେମା) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, “ମୃତ୍ୟୁର ସଠିକ ସଂଖ୍ୟା ନିଶ୍ଚିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ତଳେ ଫସି ରହିଥିବା ୪୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି ।

Get real time updates directly on you device, subscribe now.