fbpx

୧୪ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଉପରେ ରହିବ ନଜର

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସକୁ ନେଇ ସଜାଗ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ । ଆଲୋଚନା ପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ନେଇ ସତର୍କ ରହିବାକୁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି । ୧୪ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଉପରେ ନଜର ରହିବ । ପ୍ରଧାନଶିକ୍ଷକ ଓ ଅଧିକାରୀମାନେ ପିଲାଙ୍କ ଉପରେ ନଜର ରଖିବେ । ପିଲାଙ୍କଠାରେ କୌଣସି ସଙ୍କେତ ଦେଖିଲେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା କରିବେ ।’

ଏହା ସହ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ଭାଇରସ ନେଇ ଆତଙ୍କିତ ହେବା ଭଳି ସ୍ଥିତି ଉପୁଜିନି । ବନ୍ଦର, ବିମାନ ବନ୍ଦର ଉପରେ ନଜର ରଖାଯାଇଛି । ପରୀକ୍ଷା ପାଇଁ ପଠାଯାଇଥିବା ୭ଟି ରକ୍ତ ନମୁନାରୁ ୫ଟି ନେଗେଟିଭ ଆସିଛି । ୨ ଜଣଙ୍କୁ ଅବଜରବେସନରେ ରଖାଯାଇଛି । କରୋନା ମୁକାବିଲା ପ୍ରସ୍ତୁତି ନେଇ ରାଜ୍ୟ ଉପରେ କେନ୍ଦ୍ର ସନ୍ତୋଷ ପ୍ରକାଶ କରିଛି ।’

ତେବେ ଚୀନରେ ବ୍ୟାପୁଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୬୩୬ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.