fbpx

ସେପ୍ଟେମ୍ବର ପହିଲାରୁ ଖୋଲିପାରେ ସ୍କୁଲ !

ନୂଆଦିଲ୍ଲୀ, ୧୯ା୮: ଦେଶ ଓ ରାଜ୍ୟରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହାର ବେଶି ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଛି । କୌଣସି ସ୍କୁଲ ଖୋଲିପାରୁ ନାହିଁ । ତେଣୁ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର ପହିଲାରୁ ନଭେମ୍ବର ଯାଏଁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଜାରି ହେବାକୁ ଥିବା ଅନଲକ ଗାଇଡ଼ ଲାଇନରେ ଏହି ଯୋଜନା ଏକ ଅଂଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସ୍କୁଲ କିପରି ଓ କେବେ ଖୋଲିବ ସେନେଇ ରାଜ୍ୟ ସରକାରଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଛଡ଼ାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଦଶମରୁ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲ ଆସିବେ । ଅନ୍ୟ ସେକ୍ସନ ପିଲାଙ୍କ ଅଲଗା ଦିନ ଡକାଯିବ ବୋଲି ଯୋଜନା ଚାଲିଛି ।

Get real time updates directly on you device, subscribe now.