fbpx

ସ୍କୁଲ ପିଲାଙ୍କୁ ବାଇକ୍ ମନା, ନହେଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ବାଇକ୍ ବି ସ୍କୁଟି ଚଳାଇ ପାରିବେ ନାହିଁ । ଏହି ନିୟମ ନମାନିଲେ ସେମାନଙ୍କ ଅଭିଭାବକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ରହିବ ବୋଲି ଆଜି ସଡକ ସୁରକ୍ଷା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଶିକ୍ଷାବର୍ଷରୁ ଏହା ପାଠ୍ୟକ୍ରମରେ ସାମିଲ ହେବ । ସଡକ ସୁରକ୍ଷା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.