fbpx

ଗର୍ଭପାତ ସମୟସୀମା ୨୦ରୁ ୨୪ ସପ୍ତାହକୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୧: କେନ୍ଦ୍ର କ୍ୟାବିନେଟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗର୍ଭପାତ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଥିଲା । ବର୍ତ୍ତମାନ ଏବେ ସମୟସୀମାକୁ ବୃଦ୍ଧି କରାଯାଇ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିହେବ ବୋଲି ସୂଚନା ମିଳିଛି । ଏଥି ପାଇଁ ୨ଜଣ ଡାକ୍ତରଙ୍କ ଅନୁମତି ଦରକାର । ଏହାସହ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସରକାରୀ ଡାକ୍ତର ହୋଇଥିବା ଜରୁରୀ ।

Get real time updates directly on you device, subscribe now.