fbpx

ଆଜିଠାରୁ ପାଠପଢ଼ା ସ୍ୱାଭାବିକ, ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‍

Advertisement

ଭୁବନେଶ୍ୱର : ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଆଜିଠାରୁ ପାଠପଢ଼ା ସ୍ୱାଭାବିକ ହୋଇଛି । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ୍‍ ଚାଲିବ । ଶନିବାର ସକାଳ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗ୍ରୀଷ୍ମ ଅବକାଶ ପରେ କେତେକ ଜିଲ୍ଲାରେ ୧୮ ତାରିଖରେ ସ୍କୁଲ୍‍ ଖୋଲିଥିଲା । ମାତ୍ର ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ୨୧ତାରିଖ ଯାଏଁ ସ୍କୁଲ୍‍ ସମୟରେ ପରିବର୍ତ୍ତନ କରାଯାଇଥିଲା । ପାଣିପାଗ ସ୍ଥିତିରେ ପରିବର୍ତ୍ତନ ହେବା ପରେ ବିଦ୍ୟାଳୟଗୁଡ଼ିକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.