fbpx
BSKY
BJD SHG SKY
BJD YOUTH SKY

ଜାନୁଆରୀରୁ ଖୋଲିବ ସ୍କୁଲ, ଶନିବାର ଓ ରବିବାର ବି ହେବ କ୍ଲାସ୍

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ଥିବା ସ୍କୁଲଗୁଡ଼ିକ ଖୁବଶୀଘ୍ର ଖୋଲିବ । ଏନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । । ଛୁଟିଦିନରେ ବି ସ୍କୁଲ ଖୋଲା ରହିବ, ଏପରିକି ଶନିବାର ଓ ରବିବାର ଦିନ ମଧ୍ୟ ପାଠ ପଢ଼ା ହେବ । ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ମ୍ୟାଟେରିଆଲ ଯୋଗାଇ ଦିଆଯିବ ।  ୧୦୦ ଦିନର ପାଠପଢ଼ା ପରେ ପରୀକ୍ଷା କରାଯିବ । ଦଶମ ଓ ଯୁକ୍ତ୨ ପିଲାଙ୍କ ପାଇଁ କ୍ଲାସ ହେବ । ପିଲାମାନେ କିପରି ସହଜରେ ପରୀକ୍ଷା ଦେଇ ପାରିବେ, ସେନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.