fbpx

ରାଜ୍ୟ ରେ ପୁଣିଥରେ ସ୍କୂଲ ବନ୍ଦ ନେଇ କଣ କହିଲେ ମନ୍ତ୍ରୀ, ଜାଣନ୍ତୁ

ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର) : ଭାରତରେ ମିଳିଥିବା କରୋନା ଭାଇରସ ର ନୂତନ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବାରୁ ରାଜ୍ୟରେ ପୁନର୍ବାର ବିଦ୍ୟାଳୟଗୁଡ଼ିକ ବନ୍ଦ ହେବାର ସମ୍ଭାବନା ରହିଛି |ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି ” ଆମେ ସଚେତନ ରହିବା ଦରକାର’। ଆମର ଯଦିଓ ଭୟାବହତା ନାହିଁ, ତଥାପି ଏହାକୁ କାଜୁଆଲି ନେବା ଉଚିତ୍ ନୁହେଁ।” ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ସ୍କୁଲ ବନ୍ଦ କିମ୍ବା ଲକଡାଉନ୍ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ, ସେ ସଂପର୍କରେ ଚିନ୍ତା କରାଯିବ।ବର୍ତ୍ତମାନ ଏସ୍ଓପି ଅନୁଯାୟୀ ସ୍କୁଲ ଚାଲିଛି।ଅବସ୍ଥାକୁ ଦେଖି ବିଚାର କରାଯିବ ।

ଗତକାଲି ମହାରାଷ୍ଟ୍ର ଏବଂକରୋନା ଭାଇରସ ଅନ୍ୟ କେତେକ ରାଜ୍ୟରେ ମାମଲାରେ ହଠାତ୍ ବୃଦ୍ଧି ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନୂତନ ନିର୍ଦ୍ଦେଶନାମା ଜାରି କରିଥିଲା।

Get real time updates directly on you device, subscribe now.