fbpx
BSKY
BJD MC SKY
BJD YOUTH SKY

ଆଖି ଡେଇଁବା ଶୁଭ ନା ଅଶୁଭ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ସାମାନ୍ୟ ଭାବିଥାଉ । ହେଲେ ଏହା ଆଗକୁ ଯାଇ ଶରୀରରେ ଅନେକ ସମସ୍ୟାର କାରଣ ସାଜିଥାଏ । ତେବେ ଏହା ଭିତରେ ମଣିଷ ଆଖି ଡ଼େଇଁବା ବି ହେଉଛି ଇତି ମଧ୍ୟରୁ ଗୋଟିଏ । ଏହାକୁ ନେଇ କିଛି ଲୋକ ଶୁଭ ଓ ଅଶୁଭ ଭଳି ଧାରଣା ମନରେ ଆଣନ୍ତି । ହେଲେ ଏହି ସବୁ ହେଉଛି ଏକ ପ୍ରକାରର ଅନ୍ଧବିଶ୍ୱାସ । ପ୍ରକୃତରେ ଶରୀରରେ ଏହି ଭଳି ଲକ୍ଷଣ ଦେଖାଯିବା ସତର୍କ ହୋଇଯିବା ଉଚିତ୍ ଓ ସମୟ ମଧ୍ୟରେ ଏହାର ଯାଞ୍ଚ କରାଯିବା ଉଚିତ୍ ।

ଆଖି ଡ଼େଇଁବାର ପଛରେ ଅଶୁଭ ଓ ଶୁଭ ନୁହେଁ ବରଂ ଏହା ଦ୍ୱାରା ମାଂସପେଶୀରେ ଦୁର୍ବଳତା ଦେଖାଯିବା ଆରମ୍ଭ ହୋଇଥାଏ । ଚିକିତ୍ସା କ୍ଷେତ୍ରରେ ଏହାର ତିନିଟି ପ୍ରକାର ରହିଛି । ସେଗୁଡିକ ହେଉଛି; Myokymia, Blepharospasm ଏବଂ hemifacial । ତେବେ ଏହି ତିନିଟି ପ୍ରକାରର ଅଲଗା ଅଲଗା କାରଣ ରହିଛି ।
ମାଇକେମିଆ ମାଂସପେଶୀ ଗୁଡିକରେ ସାମାନ୍ୟ ଦୁର୍ବଳତାର କାରଣ ହୋଇଥାଏ । ଏଥିରେ ଆଖି ତଳ ପତା ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଏହା ଖୁବ୍ ଅଳ୍ପ ସମୟ ପାଇଁ ହୋଇଥାଏ । ସେହିପରି ବାକି ଦୁଇଟି ପ୍ରକାର ବ୍ଲେଫରାରୋସ୍ପଜମ୍ ଓ ହେମିଫାସିଆଲ୍ ହେଉଛି ମାଇକେମିଆ ଠାରୁ ଅଧିକ ଗମ୍ଭୀର ଲକ୍ଷଣ । ଯାହା ଜେନେଟିକ୍ ଜନିତ କାରଣରୁ ହୋଇଥାଏ । ବ୍ଲେଫାରୋସ୍ପଜମ୍ ଯୋଗୁଁ ମଣିଷର ଆଖି ବେଳେ ବନ୍ଦ ମଧ୍ୟ ହୋଇଯାଏ ।

ବିଶେଷଜ୍ଞଙ୍କ କହିବା ମୁତାବକ, ବ୍ରେନ୍ ର କୌଣସି ନର୍ଭ ଡିର୍ସଅଡର୍ ହେଉଥିଲେ ମଧ୍ୟ ଆଖି ଡେଇଁବାର ସମ୍ବାବନା ରହିଥାଏ । ଏପରିକି ଲାଇଫ୍ ଷ୍ଟାଇଲ୍ ରେ ହେଉଥିବା କିଛି ଅନିୟମିତତା କାରଣରୁ ମଧ୍ୟ ଏପରି ଲକ୍ଷଣ ଶରୀରରେ ଅନୁଭୂତ ହୋଇଥାଏ ।

ଚିନ୍ତା ମଧ୍ୟ ଏହାର ଏକ କାରଣ ହୋଇଥାଏ । ଅନ୍ୟପଟେ ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଟିଭି ଓ ମୋବାଇଲ୍ ଫୋନ୍ ଦେଖିବାରେ ସମୟ ବିତାଉଛନ୍ତି ତାହେଲେ ଆପଣଙ୍କ ଠାରେ ଆଇ ଷ୍ଟ୍ରେନ୍ ଦେଖା ଦେଇଥାଏ । ଏଥିସହିତ ଯଦି ଆପଣ ଠିକ୍ ଭାବରେ ନିଦ ହେଉନାହିଁ ତାହେଲେ ବି ଆପଣ ଏପେରି ପରିସ୍ଥିତି ଦେଇ ଗତି କରିପାରନ୍ତି । ତେଣୁ ଶରୀରରେ ଏହା ବାରମ୍ବାର ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.