fbpx
BSKY
BJD SHG SKY
BJD YOUTH SKY

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Exercise Pill’: ଏହାକୁ ଖାଇବା ପରେ ମାଂସପେଶୀ ମଜବୁତ ହୋଇଗଲା, ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ନିୟମିତ ବ୍ୟାୟାମ କରିବା ଆମର ସ୍ୱାସ୍ଥ୍ୟ ପାଇଁ ପାଇଁ ଉପହାରୀ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଫିଟନେସ ପ୍ରତି ଆଗ୍ରହ ଥାଇ ମଧ୍ୟ କିଛି ଲୋକ କାର୍ଯ୍ୟବ୍ୟସ୍ତତ, ଅଳସୁଆମି ଓ ସମୟ ଅଭାବରୁ ଏଥିପାଇଁ ସମୟ ଦେଇ ପାରିନଥାନ୍ତି । ଏପରି ଲୋକଙ୍କର ସମସ୍ୟା ଦୂର ପାଇଁ ବୈଜ୍ଞାନିକମାନେ ଏକ ନୂଆ ଉପାୟ ସାମ୍ନାକୁ ଆସିଛନ୍ତି । ଆମେରିକାର ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନ ପକ୍ଷରୁ ‘ଏକ୍ସରସାଇଜ୍ ପିଲ’ ପ୍ରସ୍ତୁତ କରାଯାଇଛି । ଏହି ପିଲ ସେବନ କରିବା ଫଳରେ ଜଣେ ବ୍ୟକ୍ତି ବ୍ୟୟାମରୁ ପାଉଥିବା ସମାନ ସୁଫଳ ପାଇ ପାରିବେ ।

ବୈଜ୍ଞାନିକମାନେ ମୂଷା ଉପରେ ଏହାର ଟ୍ରାଏଲ କରି ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ଏହା ଯଦି ମାନବ ଶରୀରରେ ସମାନ ପ୍ରଭାବ ଦେଖାଦିଏ, ତେବେ ବହୁ ଦୁର୍ଲ୍ଲଭ ବିମାରୀକୁ ଠିକ୍ କରିବାରେ ସହାୟକ ହୋଇପାରେ । ବ୍ୟାୟାମ କରିବା ପରେ ଶରୀରରେ ଯେଉଁ ସବୁ ପରିବର୍ତ୍ତନ ଦେଖାଯାଏ, ଏହାର ଗୋଟିଏ ଗୋଲି ଖାଇବା ପରେ ସମାନ ପରିବର୍ତ୍ତନ ଦେଖାଯାଇଥିଲା । ମୂଷାମାନଙ୍କର ମାଂସପେଶୀ ପୂର୍ବାପେକ୍ଷା ଅଧିକ ମଜବୁତ ହୋଇଯାଇଥିଲା । ଏଥିସହିତ ମୂଷା ଶରୀରର ଫିଟନେସ ସହିତ ଶାରୀରିକ କ୍ଷମତା ବୃଦ୍ଧି ପାଇଥିଲା । ଏହି ମେଡିସିନର ରାସାୟନିକ ନାମ ହେଉଛି ‘ଏଏଲୟୁ-ପିପି-୩୩୨’ ।

ସାଧାରଣ ଭାବେ ମଣିଷ ଯେତେବେଳେ କସରତ କରେ, ସେତେବେଳେ ତା’ର ଶରୀରରେ ଏଷ୍ଟ୍ରୋଜେନ ରିଲେଟେଡ ରିସେପ୍ଟର୍ସ (ଇଆରଆର) ସକ୍ରିୟ ହୋଇଯାଇଥାଏ । ଏହି ରିସେପ୍ଟର୍ସ ମାଂସପେଶୀ, ହୃଦୟ ଓ ବ୍ରେନର ଟିସ୍ୟୁରେ ରହିଥାଏ । ମୋଟାବୋଲିଜିମ, ଇମ୍ୟୁନିଟି, ଇମ୍ଫ୍ଲେମେଶନ, ହୋମିୟୋଷ୍ଟେସିସ, ଶାରୀରିକ ବିକାଶ, କୋଷିକାର ଅଭିବୃଦ୍ଧି ଓ ରିପ୍ରଡକ୍ସନ କ୍ଷେତ୍ରରେ ରିସେପ୍ଟର୍ସ ସହାୟକ ହୋଇଥାଏ । ବ୍ୟାୟାମ କରିବା ଫଳରେ ସକ୍ରିୟ ହେଉଥିବା ରିସେପ୍ଟର୍ସ ଏହି ପିଲ ନେବା ପରେ ସକ୍ରିୟ ହେଉଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଫ୍ଲୋରିଡ଼ା ୟୁନିଭରସିଟିର ବୈଜ୍ଞାନିକମାନେ ଏହି ମେଡିସିନ ପ୍ରସ୍ତୁତ କରିବାକୁ ପ୍ରୟାସ କରିଥିଲେ ହେଁ ସେ କ୍ଷେତ୍ରରେ ଅସଫଳ ହୋଇଥିଲେ । ଏହି ପିଲ ନେବା ପରେ ମୂଷାର ଶାରୀରିକ କ୍ଷମତା ୭୦ ବୃଦ୍ଧିଶତ ବୃଦ୍ଧି ହୋଇଯାଇଥିଲା । ଦ୍ୱିତୀୟ ଥର ପିଲ ନେବା ପରେ ତା’ର କ୍ଷମତାରେ ପୁଣି ୧୦ ପ୍ରତିଶତ ବୃଦ୍ଧି ହୋଇଥିଲା । ତେବେ ବ୍ୟାୟାମର ଆବଶ୍ୟକତା ପଡ଼ିବ ନାହିଁ ବୋଲି କହିବା ଠିକ୍ ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହା ଏକ୍ସରସାଇଜର ସ୍ଥାନ ନେଇ ପାରିବ ନାହିଁ, ମାତ୍ର ତା’ ପରି ଫାଇଦା ଦେଇ ପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.