fbpx

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର: ଦୁର୍ଘଟଣାଗ୍ରସ୍ତ ଅଙ୍ଗର ବିକଳ୍ପ ସାଜିବ ‘E-Skin’, ତାପମାତ୍ରା ଓ ଚାପକୁ ଅନୁଭବ କରିପାରିବ କୃତ୍ରିମ ଚର୍ମ!

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରୁଥିବା ବେଳେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ଆବିଷ୍କାର କରିଛନ୍ତି । ବୈଜ୍ଞାନିକମାନେ ନିକଟରେ ଇଲେକ୍ଟ୍ରୋନିକ ତ୍ୱଚା ବା ଇ-ସ୍କିନ ପ୍ରସ୍ତୁତ କରିଛନ୍ତି । ଏହି ନୂଆ ଆବିଷ୍କାରକୁ ନେଇ ଏବେ ସାରା ଦୁନିଆରେ ହଲଚଲ ସୃଷ୍ଟି ହୋଇଛି । ଏହି ତ୍ୱଚା କାଗଜ ଖଣ୍ଡ ପରି ମୋଟା ହୋଇଥିବା ବେଳେ ନରମ ଓ ନମନୀୟ ଅଟେ ।

ଅନେକ ଲୋକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଜନିତ ଚିହ୍ନ ରହିଥାଏ । ତେବେ ଏହ ଇ-ସ୍କିନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ବେଶ ଉପଯୋଗୀ ହୋଇ ପାରିବ । ଇ-ସ୍କିନ କୁହାଯାଉଥିବା ଏହି ତ୍ୱଚା ବାସ୍ତବରେ ଇଲେକ୍ଟ୍ରୋନିକ ସର୍କିଟ ଓ ସେନସରରୁ ପ୍ରସ୍ତୁତ ଏକ ଉପକରଣ ଅଟେ । ଭବିଷ୍ୟତରେ ଏହା ନିଶ୍ଚିତ ଭାବେ ଚମତ୍କାର ସାବ୍ୟସ୍ତ ହେବ । ଇ-ସେନସର ଟେକନିକର ପରୀକ୍ଷଣ ଗୋଟିଏ ମୂଷା ଉପରେ କରାଯାଇଥିଲା । ମୂଷାର ତ୍ୱଚାରୁ ଏକ ତାର ମସ୍ତିଷ୍କ ସହିତ ସଂଯୋଗ ହୋଇଥିଲା । ସେଥିରେ ମୂଷାର ଶାରୀରିକ ସମ୍ବେଦନ ଦେଖିବାକୁ ମିଳିଥିଲା । ଯେତେବେଳେ ମୂଷା ସହ ଜଡ଼ିତ ଇଲେକ୍ଟ୍ରୋନିକ ତ୍ୱଚାକୁ ଏକ ସ୍ପର୍ଶ ମାଧ୍ୟମରେ ଟ୍ରିଗର କରାଯାଇଥିଲା, ସେ ସମୟରେ ମସ୍ତିଷ୍କକୁ ଏକ ଇଲେକ୍ଟ୍ରୋନିକ ସଙ୍କେତ ଯାଇଥିଲା ଓ ତା’ପରେ ମୂଷାଟି ଶରୀରକୁ ଅଙ୍ଗକୁ ମୋଡ଼ିବା ଆରମ୍ଭ କରିଥିଲା ।

ରିପୋର୍ଟ ମୁତାବକ, ଇ-ସ୍କିନରୁ ମଣିଷକୁ ଅନେକ ସୁବିଧା ମିଳିପାରିବ । ଇ-ସ୍କିନକୁ ଏବେ ସେନସର ଓ ସର୍କିଟର ଆବଶ୍ୟକତା ପଡ଼ିବ ବୋଲି ଜଣାପଡ଼ିଛି । ରିସର୍ଚ୍ଚ ଟିମ ଏହି ଉପକରଣକୁ ଏକ ପତଳା ସ୍ତର ଭାବେ ଉପଯୋଗ କରିବା ପାଇଁ ଡିଜାଇନ କରିଛନ୍ତି । ଯେଉଁମାନେ କୌଣସି ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବେ, ସେମାନଙ୍କୁ ଏକ ପ୍ରତିରୋପଣ ମାଧ୍ୟମରେ ଏହାର ସଫଳତା ମିଳିପାରେ । ଏବେ ରିସର୍ଚ୍ଚ ଟିମ୍ ତାପମାତ୍ରା ଓ ଚାପର ପରିବର୍ତ୍ତନକୁ ଅନୁଭବ କରିପାରୁଥିବା ଏକ ନରମ ଓ ନମନୀୟ କୃତ୍ରିମ ତ୍ୱଚାକୁ ବିକଶିତ କରିବାକୁ ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.