fbpx
BSKY
BJD SHG SKY
BJD YOUTH SKY

ଆଜି ଦିଲ୍ଲୀ ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ: ୧୧.୩୦ ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାର ଖବର ରହିଛି । ଆଜି ସକାଳ ୧୧.୩୦ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ସେ ତାଙ୍କୁ ବାସ ଭବନରେ ପହଁଚିବେ । ଏହା ପୂର୍ବରୁ ନୀତିଶ ଅରବିନ୍ଦଙ୍କୁ ଏପ୍ରିଲ୍ ମାସରେ ଭେଟିଥିଲେ । ଏଥି ସହ ନୀତୀଶ କୁମାରଙ୍କ ସହ ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବ, ଜେଡିୟୁ ସଭାପତି ଲାଲାନ ସିଂ ଏବଂ ଆରଜେଡି ସାଂସଦ ମନୋଜ ଝା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ମନୋଜ ଝା କହିଥିଲେ ଯେ, ଯଦି କୌଣସି ସଭା ହୁଏ ତେବେ ଏହାର ଅର୍ଥ ମଧ୍ୟ ବାହାରକୁ ଆସିବ।

ଆଉ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ଏହି ସମୟରେ, ଏହି ବୈଠକର ଚିତ୍ର ନିଜେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସେୟାର କରିଥିଲେ। ଏହସହ ସେ ଲେଖିଛନ୍ତି ଯେ, ଦେଶର ବିଭିନ୍ନ ପ୍ରସଙ୍ଗରେ ଆମର ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ନେତା ହେମନ୍ତ ସୋରେନ କହିଛନ୍ତି ଯେ, ଏହି ବୈଠକରେ ଝାଡଖଣ୍ଡ ଏବଂ ଦିଲ୍ଲୀ ସହ ଜଡିତ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ବାସ୍ତବରେ, ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ଏକତା ପାଇଁ ଉଦ୍ୟମ କରାଯାଉଛି। ଗୋଟିଏ ପଟେ ନୀତୀଶ କୁମାର ଦିଲ୍ଲୀ ଗସ୍ତ ସମୟରେ ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟିଛନ୍ତି।

 

Get real time updates directly on you device, subscribe now.