fbpx

ବୈଜ୍ଞାନିକଙ୍କ ବଡ଼ ସଫଳତା: ଚିହ୍ନଟ ହେଲା ନୂଆ ଓ ଦୁର୍ଲ୍ଲଭ Blood Group ‘Er’, ଗର୍ଭବତୀଙ୍କ ପାଇଁ ଏହା ବିପଜ୍ଜନକ

ନୂଆଦିଲ୍ଲୀ: ସାଧାରଣ ଭାବେ ରକ୍ତର ତିନୋଟି କ୍ୟାଟେଗୋରି ରହିଥାଏ । ‘ଏ’, ‘ବି’ ଏବଂ ‘ଓ’ ବ୍ଲଡ ଗ୍ରୁପ ବିଷୟରେ ଆମେ ସମସ୍ତେ ଜାଣିଛେି । ତେବେ ଏହା ବ୍ୟତୀତ ନିକଟରେ ଏକ ଦୁର୍ଲ୍ଲଭ ବ୍ଲଡ୍ ଗ୍ରୁପକୁ ଚିହ୍ନଟ କରାଯାଇଛି । ତାହା ହେଉଛି ‘ଇଆର’ । ବୈଜ୍ଞାନିକମାନେ ଏହି ଦୁର୍ଲ୍ଲଭ ବ୍ଲଡ ଗ୍ରୁପ ଉପରେ ଅଧିକ ରିସର୍ଚ୍ଚ ଜାରି ରଖିଛନ୍ତି । ଏହାଦ୍ୱାରା ୩୦ ବର୍ଷ ତଳର ରହସ୍ୟ ଉପରୁ ପରଦା ହଟିବାକୁ ଯାଉଛି । ଏହି ନୂଆ ଓ ଦୁର୍ଲ୍ଲଭ ବ୍ଲଡ ଗ୍ରୁପର ସନ୍ଧାନ ୟୁନିଭରସିଟି ଅଫ୍ ବ୍ରିଷ୍ଟଲ ଓ ଏନଏଚଏସର ବୈଜ୍ଞାନିକମାନେ ମିଳିତ ଭାବେ କରିଛନ୍ତି । ଏହା ଏକ ସାଧାରଣ ବ୍ଲଡ୍ ଗ୍ରୁପ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ପ୍ରତ୍ୟେକ ରକ୍ତର ଏକ ନିଜସ୍ୱ ସ୍ୱଭାବ ରହିଥାଏ । ଏହା ଆଧାରରେ ରକ୍ତକୁ ବିଭାଜିତ କରାଯାଇଥାଏ । ରେଡ୍ ବ୍ଲଡ୍ ସେଲ୍ସ (ଆରବିସି)ରେ ଥିବା ପ୍ରୋଟିନକୁ ଆଧାର କରି ବ୍ଲଡ ଗ୍ରୁପ ବଣ୍ଟନ କରାଯାଇଥାଏ । ଏହି ପ୍ରୋଟିନ୍ସ ସାଧାରଣ ଭାବେ ଆରବିସିର ଉପର ପୃଷ୍ଠରେ ରହିଥାଏ । ସାଧାରଣ ବ୍ଲଡ ଗ୍ରୁପର ଯେଉଁ କନସେପ୍ଟ ରହିଛି, ସେଥିରେ ଏ, ବି, ଓ ଏବଂ ଆରଏଚ (ପଜିଟିଭି ବା ନେଗେଟିଭ)କୁ ବୁଝାଇଥାଏ । ଏହାବ୍ୟତୀତ ଏକ ନୂଆ ମହତ୍ତ୍ୱପୂର୍ଣ୍ଣ ବ୍ଲଡ୍ ଗ୍ରୁପ ରହିଛି, ଯେଉଁଥିରେ କିଛି ବିଭିନ୍ନତା ଦେଖାଯାଇଛି ।

ଯେଉଁ ପ୍ରକ୍ରିୟାରେ ମଣିଷର କୌଣସି ବ୍ଲଡ ଗ୍ରୁପର ଆଣ୍ଟିଜେନ ବିରୋଧରେ ଶରୀରରେ ଆଣ୍ଟିବଡି ତିଆରି ହୁଏ ତାହାକୁ ଏଲୋଇମ୍ୟୁନାଇଜେସନ କୁହାଯାଏଏ । ଯଦି ଶରୀରେ ଏଲୋଆଣ୍ଟିବଡିଜ ରହିଥିବ ତେବେ ରକ୍ତଦାନ ସମୟରେ ବା ଗର୍ଭଧାରଣ ସମୟରେ ଇମ୍ୟୁନ ସିଷ୍ଟମ ପକ୍ଷରୁ ଆକ୍ରମଣ ଆଶଙ୍କା ରହିଥାଏ । ଏହା ଏକ ଭୟଙ୍କର ସ୍ଥିତି ଅଟେ । ବୈଜ୍ଞାନିକମାନେ ୩୦ ବର୍ଷର ପୁରୁଣା ରହସ୍ୟକୁ ଉନ୍ମୋଚନ କରବା ପାଇଁ ଏବେ ପ୍ରୟୋଗ ଓ ଟେଷ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.