fbpx

ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ କି? ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଋଷଠାରୁ ତେଲ କିଣିବାରୁ ଭାରତକୁ କେଉଁ ଦେଶ ଅଟକାଇ ପାରିବେ ନାହିଁ। କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସଫାସଫା ଏହା କହିଛନ୍ତି ଯେ, ଭାରତ ଏହାର ଆବଶ୍ୟକତା ଅନୁଯାୟୀ ଯାହାଠାରୁ କିଣିବାକୁ ଚାହିଁବ ତେଲ କିଣିବା ଜାରି ରଖିବ। ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବା ପରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷଠାରୁ ତେଲ କିଣିବା ଉପରେ କଟକଣା ଜାରି କରିଥିଲେ। ଏଭଳି ସ୍ଥିତିରେ ଭାରତ ଏବଂ ଚୀନ୍ କମ୍ ଦାମରେ ଋଷଠାରୁ ତେଲ କିଣିବା ଜାରୀ ରଖିଥିଲେ।

ଭାରତ ବିଶ୍ୱରେ ତୃତୀୟ ବୃହତ ତୈଳ ଆମଦାନୀକାରି ରାଷ୍ଟ୍ର ଅଟେ। ସ୍ୱଚ୍ଛ ଏନର୍ଜି ବିଷୟରେ ଆମେରିକାର ଅଧିକାରୀଙ୍କ ସହ ଆଲୋଚନା କରିବାକୁ ୱାଶିଂଟନରେ ପହଞ୍ଚିଥିବା ପୁରୀ କହିଛନ୍ତି ଯେ ‘ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଶକ୍ତି ଯୋଗାଇବା ସରକାରଙ୍କ ନୈତିକ ଦାୟିତ୍ୱ ଅଟେ। ପୁରୀ କହିଛନ୍ତି, ଭାରତ ଯାହା ତୈଳ କିଣିବାକୁ ଚାହୁଁଛି ତାହା କିଣିବ ଏବଂ ଏହାର ସରଳ କାରଣ ହେଉଛି ଯେ ଭାରତର ଉପଭୋକ୍ତା ଜନସଂଖ୍ୟା ପରିପ୍ରେକ୍ଷୀରେ ଏଭଳି ଆଲୋଚନା ହୋଇପାରିବ ନାହିଁ। ଯାହାହେଉ, ରୁଷରୁ ତେଲ କିଣିବାକୁ କେହି ଆମକୁ ବାରଣ କରିନାହାଁନ୍ତି।’

ଏଥିସହ ସେ କହିଛନ୍ତି ଯେ, ତୈଳ ରପ୍ତାନି କରୁଥିବା ଦେଶ ସଂଗଠନ ଓପିଟିସିସି ଏବଂ ଏହାର ସହଯୋଗୀ ‘ଓପିଟିସି ପ୍ଲସ୍’ର ଦୈନିକ ତୈଳ ଉତ୍ପାଦନକୁ ୨ ନିୟୁତ ବ୍ୟାରେଲ ହ୍ରାସ କରିବାର ନିଷ୍ପତ୍ତି ଭାରତର ପ୍ରଭାବକୁ ହ୍ରାସ କରିବାରେ ସକ୍ଷମ ହେବ। ସୂଚନା ମୁତାବକ ଭାରତ ଏହାର ଆବଶ୍ୟକ ପାଇଁ ୮୫% ତୈଳ ଆମଦାନୀ କରିଥାଏ।

Get real time updates directly on you device, subscribe now.