fbpx

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଏକ Smart Band Aid: ଘା’ ଭଲ ହେବା ପରେ ଡିଭାଇସ୍ ଚର୍ମରେ ମିଶିଯିବ

ନୂଆଦିଲ୍ଲୀ: ସାଧାରଣ ଭାବେ ଶରୀରର କୌଣସି ସ୍ଥାନରେ କିଛି କ୍ଷତ ସୃଷ୍ଟି ହେଲେ ଆମେ ବ୍ୟାଣ୍ଡ ଏଡ ଲଗାଇଥାଉ । ତେବେ ଘା’କୁ ଶୁଖାଇବା ପାଇଁ ଏବେ ଆସିଯାଇଛି ଏକ ସ୍ମାର୍ଟ ବ୍ୟାଣ୍ଡ ଏଡ । ଏହି ବ୍ୟାଣ୍ଡ ଏଡ ସାଧାରଣ ବ୍ୟାଣ୍ଡ ଏଡ ଅପେକ୍ଷା ୩୦ ପ୍ରତିଶତ ଶୀଘ୍ର ଆରୋଗ୍ୟ କରାଇବା ଦିଗରେ ସହାୟକ ହେବ । ବୈଜ୍ଞାନିକମାନେ ନିକଟରେ ଏପରି ଏକ ବ୍ୟାଣ୍ଡ ଏଡ୍ ପ୍ରସ୍ତୁତ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କ୍ଷତ ଠିକ୍ ହେବା ସହିତ ଏହି ବ୍ୟାଣ୍ଡ ଏଡ୍ ରୋଗୀର ଚର୍ମରେ ମିଶିଯିବ ।

ସୂଚନା ମୁତାବକ, ଆମେରିକାର ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟିର ଗବେଷକମାନେ ଏପରି ଏକ ନୂଆ ଫ୍ଲେକ୍ସିବଲ ବ୍ୟାଣ୍ଡ ଏଡ୍ ପ୍ରସ୍ତୁତ କରିଚନ୍ତି । ଏଥିରେ ଇଲେକ୍ଟ୍ରୋଡସ ଲାଗିଥିବା ବେଳେ ବ୍ୟାଟେରୀ ସହିତ ସେନସର ମଧ୍ୟ ଲାଗିଛି, ଯାହାକି ଘା’କୁ ସୁସ୍ଥ କରିବା କାମ କରିଥାଏ । ଆଘାତ ଲାଗିବା ପରେ ବଡିର ଇଲେକ୍ଟ୍ରିକାଲ ଡିଷ୍ଟର୍ବ ହୋଇଯାଇଥାଏ । ନୂଆ ବ୍ୟାଣ୍ଡ ଏଡ ଉକ୍ତ ଇଲେକ୍ଟ୍ରିକାଲ ସିଗନାଲକୁ ପୁଣି ଥରେ ସାମାନ୍ୟ କରିବା କାର୍ଯ୍ୟ କରିଥାଏ ।

ଏହି ବ୍ୟାଣ୍ଡ ଏଡ ଅନ୍ୟ ବ୍ୟାଣ୍ଡ ଏଡ ଅପେକ୍ଷା ଘା’କୁ ଦ୍ରୁତ ଭାବେ ଶୁଖାଇବ । ଏହାର ନାମ ‘ଇଲେକ୍ଟ୍ରୋନିକ ବ୍ୟାଣ୍ଡ ଏଡ । ସହଜ ଭାଷାରେ କହିବାକୁ ଗଲେ ଏହା ଏକ ସ୍ମାର୍ଟ ବ୍ୟାଣ୍ଡ ଏଡ୍ । ଘା’ ସୁସ୍ଥ ହେବା ପରେ ବ୍ୟାଣ୍ଡ ଏଡର ମୁଖ୍ୟ ଅଂଶ ଚର୍ମରେ ମିଶିଯିବ । ପ୍ରାରମ୍ଭିକ ଅବସ୍ଥାରେ ଟ୍ରାଏଲରେ ଏହାକୁ ବ୍ୟବହାର କରିବାର ୩୦ ମିନିଟ୍ ମଧ୍ୟରେ ପ୍ରଭାବ ଦେଖିବାକୁ ମିଳିଛି । ନୂଆ ଡିଭାଇସ ମାଧ୍ୟମରେ ସାମାନ୍ୟ ଇଲେକ୍ଟ୍ରିକଲ ସିଗନାଲକୁ ଘା’ ଶୁଖିବା ପାଇଁ ବଢ଼ାଇ ଦିଆଯାଇଥାଏ ।

ଏହି ଇଲେକ୍ଟ୍ରୋଡ ମଲିବିଡନମ ମେଟାଲରେ ତିଆରି ହୋଇଥିବା ବେଳେ ଇଲେକ୍ଟ୍ରୋନିକ ଓ ସେମିକଣ୍ଡକ୍ଟରରେ ଏହି ମେଟାକୁ ବେଶି ମାତ୍ରାରେ ବ୍ୟବହାର କରାଯାଇଥାଏ । ବୈଜ୍ଞାନିକମାନେ ଏହି ବ୍ୟାଣ୍ଡ ଏଡର ଟ୍ରାଏଲ ଡାଇବେଟିକ ଅଲସର ରୋଗୀଙ୍କଠାରେ କରିବାକୁ ଯୋଜନା କରୁଛନ୍ତି । ଆଘାତକୁ ଠିକ୍ କରିବା ପାଇଁ ଏଥିରେ କୌଣସି ପ୍ରକାରର କେମିକାଲର ବ୍ୟବହାର କରାଯାଇନାହିଁ । ଟ୍ରାଏଲ ପରେ ଖୁବଶୀଘ୍ର ଏହା ଲୋକଙ୍କ ପାଇଁ ଉପଲବ୍ଧ କରାଯିବ ।

Get real time updates directly on you device, subscribe now.