fbpx

ଟ୍ରକକୁ ପିଟିଲା ସ୍କର୍ପିଓ : ୭ ଜଣଙ୍କ ମୃତ୍ୟୁ, ୪ ଜଣ ଆହତ

ବିହାର : ଦିନକୁ ଦିନ ଦୁର୍ଘଟଣାର ମାମଲା ବଢିବାରେ ଲାଗିଛି । ବ୍ୟସ୍ତ ବହୁଳ ଜୀବନରେ ଲୋକେ ଆଉ କୌଣସି ଜିନିଷ ପ୍ରତି ଧ୍ୟାନ ନଦେବାରୁ ଏପରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିହାରର ରୋହତାସ ଜିଲ୍ଲାରେ ଏକ ଧରଣ ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ବିହାରରେ ଏକ ସ୍କର୍ପିଓ ଗାଡି ଭାରସାମ୍ୟ ହରାଇ ରାଜରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା । ଏହି ଦୁର୍ଘଟଣାରେ ୭ ଜଣଙ୍କୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହା ସହିତ ୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ବିହାରର ରୋହତାସ ଜିଲ୍ଲାର ଶିବସାଗର ରାଜରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଶୀକାର ହୋଇଥିବା ଲୋକେ ଝାରଖଣ୍ଡର ରାଜଧାନୀ ରାଞ୍ଚୀରୁ ସ୍କପ୍ରିଓରେ ନିଜ ଗାଁକୁ ଫେରୁଥିଲେ । ଗାଁକୁ ଫେରିବା ସମୟରେ ଗାଡି ଚାଳକର ଆଖି ଲାଗିଗଲା । ଏହି କାରଣରୁ ଗାଡି ଭାରସାମ୍ୟ ହରାଇ ରାଜରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ନେଇ ପିଟିଥିଲା । ଯାହାଫଳରେ କି ୭ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ । ଦୁର୍ଘଟଣାର ଶୀକାର ହୋଇଥିବା ସ୍କର୍ପିଓ ଗାଡିରେ ୧୨ଜଣ ଲୋକ ଯାତ୍ରା କରୁଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ, ଏହା ସହିତ ଆହତଙ୍କୁ ମଧ୍ୟ ଚିକିତ୍ସା କରିବା ପାଇଁ ହସ୍ପିଟାଲକୁ ପଠାଇଥିଲା । ଏହି ଦୁର୍ଘଟଣାର ସୂଚନା ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଦେଇଛି ।

Get real time updates directly on you device, subscribe now.