ସ୍କର୍ପିଓ-ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ୧୧ ମୃତ

ବିହାର,୭ ।୩: ବିହାରର ମୁଜାଫରପୁର କାନ୍ତି ଥାନା ଅଞ୍ଚଳର ୨୮ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ନିକଟ କୃଷ୍ଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

Uttarakhand Govt.

ଉଲ୍ଲେଖଯୋଗ୍ୟ ଯେ, ଏକ ସ୍କର୍ପିଓରେ ୧୪ ଜଣ ଶ୍ରମିକ ଉତ୍ତରପ୍ରଦେଶରୁ ବିହାର ଆସୁଥିଲେ । ୨୮ ନମ୍ବର ଜାତୀୟ ରାଜପଥର ସରମପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହିତ ସ୍କର୍ପିଓଟି ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ କାନ୍ତି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ। ପୋଲିସ ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି ।