Global Warmingରୁ ବଞ୍ଚାଇବ ଏହି ପ୍ରଜାତିର ଗାଈ, କରିବନି ନିଥେନ ଗ୍ୟାସ ନିର୍ଗତ
ପରିବେଶ ପ୍ରଦୂଷଣରେ ଗାଈଙ୍କ ଭୂମିକା ବହୁତ ଅଧିକ । ଗୋରୁଗାଈ ହାକୁଟି ଓ ପାଡିବା ବେଳେ ସେମାନଙ୍କ ଶରୀରରୁ ବାହାରି ଥାଏ ମିଥେନ ଗ୍ୟାସ
ନୂଆଦିଲ୍ଲୀ- ନାସାର ବୈଜ୍ଞାନିକ ଗାଈକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଗାଈକୁ ହିନ୍ଦୁମାନେ ଶୁଭ ମାନୁଥିବା ବେଳେ ନାସା ବୈଜ୍ଞାନିକ କହିଛନ୍ତି, ପରିବେଶ ପ୍ରଦୂଷଣରେ ଗାଈଙ୍କ ଭୂମିକା ବହୁତ ଅଧିକ । ଗୋରୁଗାଈ ହାକୁଟି ଓ ପାଡିବା ବେଳେ ସେମାନଙ୍କ ଶରୀରରୁ ବାହାରି ଥାଏ ମିଥେନ ଗ୍ୟାସ ।
ଗାଈଙ୍କ ହାକୁଟି ବା ପାଡିବା ଦ୍ୱାରା ବାହାରୁଥିବା ମିଥେନ ଗ୍ୟାସ ଗ୍ରୀନ ହାଉସ ଗ୍ୟାସ । ଅର୍ଥାତ୍ ଏହି ଗ୍ୟାସ ପାଇଁ ଧରଣୀ ଲଗାତର ଗରମ ହେବାରେ ଲାଗିଛି ବୋଲି ନାସା ବୈଜ୍ଞାନିକ କହୁଛନ୍ତି ।
ଏହି ବିପଦରୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ସ୍କଟଲ୍ୟାଣ୍ଡର ବୈଜ୍ଞାନିକ । ଏମାନେ ଏମିତି ବାଛୁରୀଙ୍କ ବିକାଶ କରିଛନ୍ତି, ଯିଏ ବିଶ୍ୱକୁ ବିନାଶରୁ ରକ୍ଷା କରିବେ ।
ଏହି ଗାଈ କମ ଗ୍ୟାସ ଛାଡିବ ଓ କମ ହାକୁଟି ମାରିବ । ଏହି ବିକଶିତ ବାଛୁରୀର ନାଁ ବୈଜ୍ଞାନିକ ରଖିଛନ୍ତି ହିଲଡା ।
ହିଲ୍ଡା ଗାଈଙ୍କ ଆକାର, ଆକୃତି ଓ ସେମାନଙ୍କ ପଲ ଠିକ ଅନ୍ୟ ଗାଈଙ୍କ ପରି । କିନ୍ତୁ ଏମାନଙ୍କ ଜିନରେ ବିଶେଷ ପରିବର୍ତ୍ତନ କରିଛନ୍ତି ସ୍କଟଲ୍ୟାଣ୍ଡର ବୈଜ୍ଞାନିକ । ଏହି ବିକାଶ ଫଳରେ ଗାଈଠାରେ ହାକୁଟିକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । ଅର୍ଥାତ୍ ଗାଈ ହାକୁଟିକୁ ନିଜେ ରୋକିପାରିବ ।
ହିଲ୍ଡାର ଜନ୍ମ ଆଇଭିଏଫ ଟେକ୍ନୋଲୋଜି ଦ୍ୱାରା କରାଯାଇଛି । ଏହି ହିଲ୍ଡାଠାରୁ ଇକୋ ଫ୍ରେଣ୍ଡଲି ପ୍ରଜାତିର ବାଛୁରୀ ଜନ୍ମ ହୋଇଛନ୍ତି, ଯେଉଁମାନେ କମ ମିଥେନ ଗ୍ୟାସ ଉତ୍ପାଦନ କରନ୍ତି ।
ଆଇବିଏଫ ପ୍ରୟୋଗରୁ ହିଲ୍ଡାର ଜନ୍ମ ପାରମ୍ପରିକ ପ୍ରଜନନ ପ୍ରଣାଳୀର ପ୍ରୟୋଗ ତୁଳନାରେ ଆଠ ମାସ ଆଗରୁ ହୋଇଛି ।
ହିଲ୍ଡା ଡମ୍ଫ୍ରିଜ ସ୍ଥିତ ଲଙ୍ଗହିଲ ଶ୍ରେଣୀର ଅଂଶ ବିଶେଷ । ଏହା ଉପରେ ଅଧ୍ୟୟନ ବୈଜ୍ଞାନିକମାନେ ୫୦ ବର୍ଷ ଧରି କରୁଛନ୍ତି ।
ହିଲ୍ଡା ବାଛୁରୀକୁ ଲଙ୍ଗହିଲ ହର୍ଡରେ ବିକଶିତ କରାଯାଇଛି, ଯାହାର ସ୍ଥାପନା ପ୍ରଥମ ଥର ପାଇଁ ୧୯୭୦ରେ ଆରମ୍ଭ କରାଯାଇଥିଲା । ଏହା ଦୁନିଆର ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ପଶୁଧନ ଅନୁବନ୍ଧିତ ପରିଯୋଜନା ।