fbpx
BJD
BJD SKY
BJD SKY

ପରକୀୟା ପ୍ରୀତି: ଅନୁଗୁଳ ଏସଡିପିଓ ଓ ମହିଳା ଇନ୍ସପେକ୍ଟରଙ୍କ ଅସଂଜତ ଭିଡିଓ ଭାଇରାଲ୍

BJD

ଭୁବନେଶ୍ୱର : ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ । ଏନେଇ ଅଭିଯୋଗ କରିଛନ୍ତି ଖୋଦ୍ ପତ୍ନୀ ମମତା । ଏହି ଅଭିଯୋଗ ଖାଲି କଥାରେ ସୀମିତ ନାହିଁ ବରଂ ଏହାର ଏକ ଭିଡିଓ ଏବେ ମୋବାଇଲ୍ କୁ ମୋବାଇଲ୍ ଘୁରି ବୁଲୁଛି । ଏସଡିପିଓ ଅଶ୍ୱିନୀ କୁମାର ସାହୁ ଏବଂ ମହିଳା ଇନ୍ସପେକ୍ଟରଙ୍କ ରୋମାନ୍ସ ବେଳର ଭିଡିଓ ଭାଇରାଲ୍ ହୋଇଛି । ଦେଢ଼ ମିନିଟର ଏହି ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ବିଭାଗରେ ହଇଚଇ ସୃଷ୍ଟି କରିଛି । କିନ୍ତୁ ଭିଡିଓକୁ କିଏ ଉତ୍ତୋଳନ କରିଛି ଏବଂ ଭାଇରାଲ୍ କିଏ କରିଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ତେବେ ଯାହା ସୁଚନା ରହିଛି, ଅନୁଗୁଳ ଏସଡିପିଓଙ୍କ ପ୍ରେମିକା ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଏହି ମହିଳା ଇନ୍ସପେକ୍ଟର୍ । ସେ ମୟୁରଭଞ୍ଜର ଏକ ଥାନାରେ ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି । ଏହି ଦୁହିଁଙ୍କ ପ୍ରେମାଳାପ ଏବେ ସାର୍ବଜନୀନ ହୋଇଯାଇଛି । ଏ ସମ୍ପର୍କରେ ଅଶ୍ୱିନୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କ ପଟରୁ କୌଣସି ଜବାବ ମିଳିନାହିଁ ।

ଭିଡିଓଟି ଅଧିକରୁ ଅଧିକ ଭାଇରାଲ୍ ହେବାକୁ ଲାଗିଥିବା ବେଳେ ଏନେଇ ଅଶ୍ୱିନୀଙ୍କ ପତ୍ନୀ ମମତା ଗଣମାଧ୍ୟମକୁ କହିଛନ୍ତି ଯେ, ଅଶ୍ୱିନୀଙ୍କ ସହ ୨୦୦୪ରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ଏହାପରେ ୭ ବର୍ଷ କାଳ ସବୁ ଭଲ ଭଲରେ ଚାଲିଥିବା । ହେଲେ ଅଶ୍ୱିନୀଙ୍କ ଯେତେବେଳେ ଯାଜପୁର ଟାଉନ୍ ଥାନାକୁ ୨୦୨୧ ମସିହାରେ ପୋଷ୍ଟିଂ ହୋଇଥିଲା । ସେତେବେଳେ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଆଉ ସେତେବେଳେ ଥାନାରେ କାର୍ଯ୍ୟରତ ଥିବା ମହିଳା ସବ୍ ଇନ୍ସପେକ୍ଟରଙ୍କ ସହ ତାଙ୍କ ପ୍ରେମ ହୋଇଯାଇଥିଲା । ସେହି ମହିଳା ସବଇନ୍ସପେକ୍ଟର ଏବେ ଇନ୍ସପେକ୍ଟର ଅଛନ୍ତି । ତେବେ ଯେତେବେଳେ ଏହି ପ୍ରେମ ସମ୍ପର୍କ ବିଷୟରେ ସାରା ପୋଲିସ୍ ବିଭାଗ ଜାଣିବାକୁ ପାଇଲା । ସେତେବେଳେ ଏହି କଥା ତାଙ୍କ ପତ୍ନୀ ମମତାଙ୍କ କାନରେ ମଧ୍ୟ ପଡିଥିଲା । ଏହାପରେ ମମତା ସ୍ୱାମୀ ଅଶ୍ୱିନୀଙ୍କୁ ବାରଣ କରିଥିଲେ । ସେତେବେଳେ ସେ ତାଙ୍କ ପତ୍ନୀଙ୍କୁ ସେମିତି କିଛି ନାହିଁ କହି କଥାକୁ ଏଡାଇ ଦେଇଥିଲେ ।

ସେମାନଙ୍କ ସମ୍ପର୍କକୁ ନେଇ ମମତା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଅଶ୍ୱିନୀ ସେ ଘରେ ନ ରହିବା ସମୟରେ ଉକ୍ତ ମହିଳା ଇନ୍ସପେକ୍ଟରଙ୍କୁ ନେଇ ସରକାରୀ କ୍ୱାଟର୍ କୁ ଆସନ୍ତି । ଆଉ ସେଠାରେ ଦୁଇ ତିନି ଦିନ ରହି ଯାହାନ୍ତି । ଆଉ ସେମାନଙ୍କର କିଛି ଅସଂଜତ ବେଳର ଭିଡିଓ ମଧ୍ୟ ସେ କରିଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ମହିଳା ଇନ୍ସପେକ୍ଟରଙ୍କ ଯେତେବେଳେ ମୟୁରଭଞ୍ଜ ପୋଷ୍ଟିଂ ହୋଇଥିଲା ସେତେବେଳେ ଅଶ୍ୱିନୀଙ୍କ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିଲା । ଦୁହେଁ ଅଲଗା ଜିଲ୍ଳାରେ ରହୁଥିଲେ ବି ଛୁଟି ନେଇ ଏକାଠି ଦେଖାକରୁଥିଲେ ଏବଂ ସମୟ ମଧ୍ୟ ବିତାଉଥିଲେ । ଆହୁରି ମଧ୍ୟ ସ୍ତ୍ରୀଙ୍କ ଅଗୋଚରରେ ଛାଡପତ୍ର ମଧ୍ୟ ଆବେଦନ କରିଥିଲେ ଅଶ୍ୱିନୀ ବୋଲି କହିଛନ୍ତି ମମତା । ଏନେଇ ମମତା ଡିଜି ଏବଂ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ତାଙ୍କୁ ନ୍ୟାୟ ଦେଉନଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.