fbpx

ଆଗକୁ ପଞ୍ଚାୟତ ନିର୍ବାଚନ: ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ଉଚ୍ଚବୈଠକ ଡକାଇଛନ୍ତି । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ସମସ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଓ ଏସପିମାନେ ଭର୍ଚୁଆଲ ମୋଡ଼ରେ ସାମିଲ୍ ହେବେ । ଆଜିର ବୈଠକରେ ରାଜସ୍ୱ କମିଶନର, ରେଞ୍ଜ ଆଇଜି, ଡେପୁଟି କମିଶନର ଅଂଶଗ୍ରହଣ କରିବା ସହ ପଞ୍ଚାୟତ ନିର୍ବାଚନକୁ କିପରି ସୁଚାରୁରୂପେ ସମ୍ପାଦନ କରାଯିବ, ସେନେଇ ଆଲୋଚନା କରିବେ । ଏଥିସହ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରାଯିବା ନେଇ ଆଲୋଚନା ହେବ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.