fbpx

ରେଳବାଇର ବଡ଼ ନିଷ୍ପତ୍ତି: ଗାର୍ଡ ନୁହେଁ ଏବେଠାରୁ କୁହନ୍ତୁ ମ୍ୟାନେଜର୍, କଣ ଦରମା ଉପରେ ବି ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ: ରେଳରେ ଏବେ ଗାର୍ଡଙ୍କୁ ମ୍ୟାନେଜର ବୋଲି କୁହାଯିବ । ଭାରତୀୟ ରେଳବାଇ ଏବେ ଟ୍ରେନ୍ ଗାର୍ଡର ପଦନାମକୁ ବଦଳାଇ ଦେଇଛି । ଏଣିକି ଗାର୍ଡ ମାନେ ମ୍ୟାନେଜର୍ ନାମରେ ଜଣାଯିବେ । ଆଦେଶ ମୁତାବକ, ଗାର୍ଡ ମାନଙ୍କ ନାମ ଏଣିକି ଟ୍ରେନ୍ ମ୍ୟାନେଜର୍ ହେବ । ଏହି ଆଦେଶକୁ ତତ୍କାଳ ଲାଗୁ କରିବା ନେଇ କୁହାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, କଣ ଏହି ପଦନାମ ପରିବର୍ତ୍ତନର ପ୍ରଭାବ ଦରମା କିମ୍ବା ଅନ୍ୟାନ୍ୟ ଗତିବିଧି ଉପରେ ବି ପଡ଼ିବ?

ଭାରତୀୟ ରେଳବାଇ ପକ୍ଷରୁ ଟୁଇଟ୍ କରି କହିଛି ଯେ, ପଦର ନାମ ପରିବର୍ତ୍ତନର ପ୍ରଭାବ ବେତନ ଉପରେ ପଡ଼ିବ ନାହିଁ । ଏହା ବ୍ୟତୀତ ସିନିୟର୍ ଓ ପ୍ରମୋସନ୍ ସହ ଜଡିତ ପ୍ରକ୍ରିୟାରେ ବି କୌଣସି ପ୍ରଭାବ ପଡ଼ିବ ନାହିଁ । କହିବା ଅର୍ଥ ହେଲା କେବଳ ପଦନାମ ନାମରେ ହିଁ ପରିବର୍ତ୍ତନ ଅଣାଯାଇଛି । ବାକି ସବୁକିଛି ପୂର୍ବରୁ ଯେମିତି ଥିଲା ସେପରି ରହିଛି । ସବୁ ଜୋନ୍ କୁ ଏହି ଆଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛି ରେଳବାଇ ।

ସୂଚନା ଯେ, ୫ ପଦନାମ- ଆସିଷ୍ଟାଣ୍ଟ ଗାର୍ଡ, ଗୁଡସ୍ ଗାର୍ଡ, ସିନିୟର୍ ଗୁଡସ୍ ଗାର୍ଡ, ସିନିୟର୍ ପାସେଞ୍ଜର୍ ଗାର୍ଡ, ମେଲ୍ ଓ ଏକ୍ସପ୍ରେସ୍ ଗାର୍ଡ ରହିଛି । ନୂଆ ଆଦେଶ ପରେ ଏହି ପଦନାମ ସବୁ ବଦଳି ଆସିଷ୍ଟାଣ୍ଟ ମ୍ୟାନେଜର୍, ଗୁଡସ୍ ମ୍ୟାନେଜର୍, ସିନିୟର୍ ଗୁଡସ୍ ମ୍ୟାନେଜର, ସିନିୟର୍ ପାସେଞ୍ଜର୍ ମ୍ୟାନେଜର୍, ମେଲ୍ ଓ ଏକ୍ସପ୍ରେସ୍ ମ୍ୟାନେଜର୍ ହୋଇଛି । ତେବେ ପଦନାମ ବଦଳାଇବା ନେଇ ଲମ୍ବା ସମୟରେ ଦାବି ହୋଇଆସୁଥିଲା । ଏବେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.