fbpx

ସୁସ୍ଥ ହେଉଛନ୍ତି ରାଜ୍ୟର ଦ୍ୱିତୀୟ କରୋନା ରୋଗୀ

ଭୁବନେଶ୍ୱର,୨୮ ।୩(ଓଡିଶା ଭାସ୍କର): ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ଏନେଇ AIIMS ଡାଇରେକ୍ଟର ସୂଚନା ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଡକ୍ଟର ଗୀତାଞ୍ଜଳି ପଦ୍ମନାଭନ । ସେ କହିଛନ୍ତି ଯେ, ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ଅଛନ୍ତି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ମଧ୍ୟ ସୁସ୍ଥ ଅଛନ୍ତି । କୌଣସି ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ନାହିଁ । କିଛି ବ୍ୟକ୍ତିଙ୍କ ପରୀକ୍ଷା ପରେ କରୋନା ନେଗେଟିଭ୍ ବାହାରିଛି । ଅନ୍ୟପଟେ ଏମ୍ସକୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି ମିଳିଛି । AIIMSରେ ମାଗଣାରେ କରୋନା ପରୀକ୍ଷା କରାଯାଉଛି । AIIMSର ଓପିଡି ବନ୍ଦ ଅଛି, କେବଳ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ହେଉଛି ।’

Get real time updates directly on you device, subscribe now.