fbpx

ଜଣଙ୍କଠୁ ୧୧୦୦ ଲୋକଙ୍କୁ ଡେଇଁଲା କରୋନା

ବିଶ୍ୱରେ ଏବେ ମହାମାରୀର ରୂପ ନେଇଛି କରୋନା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀ ଏବେ ବିଶ୍ୱର ୧୯୦ରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିଲାଣି । ୫ଲକ୍ଷରୁ ଅଧିକ ଲୋକେ ଏବେ ଏହି ମହାମାରୀରେ ଆକ୍ରାନ୍ତ ଥିବା ବେଳେ ୨୪ ହଜାରରୁ ଅଧିକ ମୁଣ୍ଡ ଗଡିଲାଣି । ଚୀନ ,ଆମେରିକା ,ଇଟାଲୀ ଆଦି ଦେଶରେ ହଜାର ହଜାର ସଂଖ୍ୟାରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଭାରତରେ ଏଯାଏ ୧୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୮୮୩ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜଣଙ୍କୁ କରୋନା ହେଲେ ସେ ସର୍ବାଧିକ କେତେ ଲୋକଙ୍କୁ ସଂକ୍ରମିତ କରିପାରେ ? ଏନେଇ ଗବେଷଣା ମୁତାବକ ଜଣେ ସର୍ବ ନିମ୍ନ ୩ ଜଣଙ୍କୁ ସଂକ୍ରମିତ କରିପାରେ ।

କିନ୍ତୁ କୋରିଆରେ ଏକ ଏଭଳି ତଥ୍ୟ ସମ୍ନାକୁ ଆସିଛି ଯେଉଁଠି ଜଣଙ୍କଠୁ କରୋନା ସଂକ୍ରମଣ ୧୧୦୦ ଲୋକଙ୍କୁ ବ୍ୟାପିଛି । ସାରାବିଶ୍ୱ ତାଙ୍କୁ ଏବେ ସୁପର ସ୍ପ୍ରେଡର ବା ପେସେଣ୍ଟ ୩୧ ବୋଲି କହୁଛି । ପ୍ରକୃତରେ ଏହି ବୟସ୍କ ମହିଳା କରୋନା ସଂକ୍ରମିତ ହେବା ପରେ ଅନ୍ୟୁନ ୧୨୦୦ ଲୋକଙ୍କ ସହ ମିଶିଥିଲେ ଯେଉଁଥିରୁ ୧୧୦୦ କରୋନା ପଜେଟିଭ୍ ।

Get real time updates directly on you device, subscribe now.