fbpx

କରୋନା ମୁକାବିଲା ପାଇଁ କୋଭିଡ଼ ପ୍ୟାକେଜର ମିଳିଲା ଦ୍ୱିତୀୟ କିସ୍ତି

ନୂଆଦିଲ୍ଲୀ,୬ା୮: କୋଭିଡ଼ ମୁକାବିଲା ପାଇଁ କେନ୍ଦ୍ର ସରକାର କୋଭିଡ଼ ପ୍ୟାକେଜର ଦ୍ୱିତୀୟ କିସ୍ତି ଅର୍ଥ ଦେଇଛନ୍ତି । ଓଡ଼ିଶା ସମେତ ୨୨ଟି ରାଜ୍ୟକୁ ୮୯୦.୩୨ କୋଟି ଟଙ୍କା ମିଳିଥିବା ନେଇ ସୂଚନା ମିଳିଛି । ଏପ୍ରିଲରେ ପ୍ରଥମ କିସ୍ତିରେ କେନ୍ଦ୍ର ୩ହଜାର କୋଟି ଟଙ୍କା ଦେଇଥିଲା ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମେଡ଼ିକାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.