fbpx

ମେ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ମାଧ୍ୟମିକ ସ୍କୁଲ

ନୂଆଦିଲ୍ଲୀ, ୧ା୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ଶିକ୍ଷକ ସ୍କୁଲ ବନ୍ଦ ସମୟରେ ଘରେ ରହି କାର୍ଯ୍ୟ କରିପାରିବେ । ଏହାପୂର୍ବରୁ ମେ ୨୦ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲଗୁଡ଼ିକୁ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଆସନ୍ତା ୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାଛଡ଼ା ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ, ମାନ୍ୟତାପ୍ରାପ୍ତ, କସ୍ତୁରବା ସ୍କୁଲ ଓ ଅନ୍ୟ ବୋର୍ଡର ସ୍କୁଲଗୁଡ଼ିକ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଦଶମ ବୋର୍ଡ ପରୀକ୍ଷା ରଦ୍ଦ କରାଯିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ନିଷ୍ପତ୍ତି ଆସନ୍ତା ଜୁନ୍ ମାସ ପରେ ନିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.