ନୂଆଦିଲ୍ଲୀ: ଭାରତୀୟ ଦାମ୍ପତ୍ୟ ଜୀବନ ଅନ୍ୟ ଦେଶ ତୁଳନାରେ ବେଶ ସୁଦୃଢ । ଅନ୍ୟ ଦେଶରେ ସାମାନ୍ୟତମ ବିବାଦରେ ବିବାହ ବିଚ୍ଛେଦ ହେଉଥିବା ବେଳେ କିନ୍ତୁ ଆମ ଦେଶରେ ଏହି ସଂଖ୍ୟା ନଗଣ୍ୟ । କାରଣ ଆମର ଦାମ୍ପତ୍ୟ ଜୀବନକୁ ନେଇ ରହିଛି ବହୁ ନୀତିନିୟମ ଓ ମୂଲ୍ୟବୋଧ । ହୁଏତ ତାହା ହିଁ ଆମ ଦାମ୍ପତ୍ୟ ଜୀବନକୁ ସୁଦୃଢ କରି ତୋଳିଛି । ତେବେ ଆଉ ଏକ କଥା ରହିଛି, ଯାହା ଦାମ୍ପତ୍ୟ ଜୀବନକୁ ମଜବୁତ କରିବା ସହ ପରିବାର ଓ ପୁରୁଷଙ୍କ ସମ୍ମାନ ବୃଦ୍ଧି କରିଥାଏ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଏହାକୁ ନେଇ ଏକ ବାଣୀ ରହିଛି । ନୀତିଶାସ୍ତ୍ରରେ କୁହାଯାଇଛି, ପତ୍ନୀଙ୍କ ସହ ଜଡିତ ଏମିତି ରାଜ ରହିଛି, ଯାହା ବାହାରେ ପ୍ରକାଶ କଲେ ବ୍ୟକ୍ତିଙ୍କୁ ଲୋକହସା କରିଥାଏ । ତେଣୁ ଏମିତି ରାଜକୁ ସର୍ବଦା ନିଜ ଭିତରେ ହିଁ ରଖିବା ଆବଶ୍ୟକ । ଏମିତି କି ସେ ବିଷୟରେ ପରିବାରର ଲୋକଙ୍କ ମଧ୍ୟ କହିବା ଅନୁଚିତ । ଏହା କୌଣସି ସମୟରେ ହୁଏତ ଆପଣଙ୍କ ଅସମ୍ମାନର କାରଣ ହୋଇପାରେ ।
ପତ୍ନୀଙ୍କ ବିଷୟରେ କୌଣସି ଖରାପ କଥା କାହା ଆଗରେ କୁହନ୍ତୁ ନାହିଁ । ଏହା ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି କରିବ । ଆଉ ଏହାର ଫାଇଦା ଅନ୍ୟମାନେ ନେବେ । ଯାହା ଆଗକୁ ବିବାହ ବିଚ୍ଛେଦ ଆଡକୁ ନେଇଯିବ ଜୀବନକୁ ।
ଏଥିସହ ପତ୍ନୀଙ୍କୁ ମଧ୍ୟ ଲୋକହସା ହେବାକୁ ପଡିଥାଏ । ଯାହା ପରୋକ୍ଷରେ ମଧ୍ୟ ଆପଣଙ୍କ ସମ୍ମାନ ହାନୀ କରିଥାଏ । ତେଣୁ ଏମିତି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତି ।