fbpx

ମା ଶାରଳାଙ୍କ ପୀଠରେ ୧୪୪ ଧାରା

Advertisement

ଜଗତସିଂହପୁର ,୨୨ ।୧୦(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲାର ମା ଶାରଳାଙ୍କ ପୀଠରେ ଆସନ୍ତା କାଲିଠୁ ୧୪୪ ଧାରା ଲାଗୁହେବାକୁ ଯାଉଛି । ୨୩ ରୁ ୨୫ ତାରିଖ ଯାଏ ୧୪୪ ଧାରା ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଏହି ୧୪୪ ଧାରା ମନ୍ଦିର ଓ ଆଖପାଖ ଅଞ୍ଚଳରେ ଲାଗୁହବ । ତେବେ ଆସନ୍ତା ନବରାତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଥିବା ଜଣାପଡିଛି ।

Get real time updates directly on you device, subscribe now.